ଭବାନୀପାଟଣା ଓ଼ ନର୍ଲାରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ, ପ୍ରତିବାଦ ସଭା
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସି ଡି ପି ଓ଼ ଏବଂ ନର୍ଲା ବ୍ଲକ କାର୍ଯ୍ୟାଳୟ ଠାରେ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ଆସୋସିଏସନ ତରଫରୁ ଆଠ ଦଫା ଦାବି ନେଇ ଆନ୍ଦୋଳନ, ପ୍ରତିବାଦ ସଭା ଜାରୀ ରହିଛି । କର୍ମୀ ମାନଙ୍କ ଦାବି ଓ଼ ଅନଶନ ଦୀର୍ଘ ୨୧ ତାରିଖରୁ ଚାଲିଛି । ବିଧାନସଭା ସମ୍ମୁଖରେ ବିରାଟ ରାଲି, କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରୁଛନ୍ତି । ସେହିଭଳି ଭବାନୀପାଟଣାରେ ମଧ୍ୟ ପ୍ରତିବାଦ ସଭା କରୁଛନ୍ତି । ଅଙ୍ଗନବାଡି କର୍ମୀଙ୍କ ପ୍ରମୁଖ ଦାବି ମଧ୍ୟରେ ପ୍ରତି ଅଙ୍ଗନବାଡି ଓ଼ ସହାୟିକାଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, କର୍ମୀ ମାନଙ୍କୁ ଅବସରରେଏକ କାଳୀନ ପାଂଚ ଲକ୍ଷ ସହ ମାସିକ ପାଂଚ ହଜାର ଟଙ୍କା ପ୍ରଦାନ କରିବା, କାର୍ଯ୍ୟରତ କର୍ମୀ ମୃତ୍ୟୁବରଣ କଲେ ପାଂଚ ଲକ୍ଷ ଟଙ୍କା ପ୍ରଦାନ ସହ ପରିବାରରୁ ଜଣକୁ ଚାକିରୀ ପ୍ରଦାନ କରିବା ଏବଂ ମିନି ଅଙ୍ଗନୱାଡି କେନ୍ଦ୍ରକୁ ମୁଖ୍ୟ କେନ୍ଦ୍ର କରିବା, ୨୦୧୮ ରେ ଆନ୍ଦୋଳନ କରିଥିବା ୬ ଜଣ କର୍ମୀଙ୍କୁ ବହିଷ୍କାର କରାଯାଇଥିବା ବେଳେ ସମ୍ପୃକ୍ତ କର୍ମୀଙ୍କୁ ପୁନଃ ନିଯୁକ୍ତି ଇତ୍ୟାଦି ଆଠ ଗୋଟି ଦାବି ରହିଛି । ସରକାର ଏହି ଦାବିକୁ ସହୃଦୟତାର ସହ ପୂରଣ କରିବାକୁ ଆନ୍ଦୋଳନକାରୀମାନେ ଦାବି ଜଣାଇଛନ୍ତି । ସରକାର କମସେକମ ସର୍ବ ନିମ୍ନ ମାସିକ ଦରମା ଅଠର ହଜାର ଟଙ୍କା ଅଙ୍ଗନବାଡି କର୍ମୀ ଓ଼ ନଅ ହଜାର ଟଙ୍କା ସହାୟିକାଙ୍କୁ ପ୍ରଦାନ କରିବାକୁ ପ୍ରମୁଖ ଦାବି କରିଛନ୍ତି । ଦାବି ପୂରଣ ନ ହେବା ଯାଏ ଏହିପରି ଆନ୍ଦୋଳନ, ପ୍ରତିବାଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରିବାକୁ କର୍ମୀ ମାନେ ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନକୁ ନର୍ଲା ବ୍ଲକ ର ମଞ୍ଜୁଳା ପତି, ମିନ କୁମାରୀ ମାଝୀ, ପ୍ରଭାତୀ ପଧାନ, କ୍ଷୀର ମାଝିଙ୍କ ସମେତ ଭବାନୀପାଟଣା ବ୍ଲକ ର ପ୍ରମୁଖ କର୍ମୀ ମାନେ ପରିଚାଳନା କରିଥିଲେ । ସରକାର କେବେ ଏମାନଙ୍କ ଦାବି ପୂରଣ କରିବେ ଏବଂ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ଚାଲୁ କରିବେ ତାହା ଦେଖିବାକୁ ବାକି ରହିଲା ।
