ଖୁବ୍ ଶୀଘ୍ର ଶ୍ରୀମନ୍ଦିର ନାଟ ମଣ୍ଡପ ବିମ୍ ଫାଟ ମରାମତି କାର୍ଯ୍ୟ ଆରମ୍ଭ ହେବ – ଆମିକସ୍ କ୍ୟୁରୀ
ପୁରୀ : ଶ୍ରୀମନ୍ଦିର ଜଗମୋହନରେ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ବିଶେଷଜ୍ଞ ଟିମ୍ । ଶ୍ରୀମନ୍ଦିର ନାଟ ମଣ୍ଡପ ବିମ୍ ଫାଟ ଅନୁଧ୍ୟାନ ଶେଷ କରିଛି ଏଏସଆଇ ଟିମ୍ । ଏନେଇ ସୂଚନା ଦେଇ ଆମିକସ୍ କ୍ୟୁରୀ ଏନ.କେ. ମହାନ୍ତି କହିଛନ୍ତି ଯେ, ୪ ବର୍ଷ ତଳେ ଯେମିତି ଫାଟ ରହିଥିଲା, ଏବେବି ସେମିତି ଫାଟ ରହିଛି । ଖୁବ୍ ଶୀଘ୍ର ନାଟ ମଣ୍ଡପ ବିମ୍ ଫାଟ ମରାମତି କାର୍ଯ୍ୟ ଆରମ୍ଭ ହେବ I
