ଜିଲାପାଳ ଓ ଏସ୍.ପିଙ୍କ ଯୁଗ୍ମ ଜନଶୁଣାଣୀ-୧୯୧ ଅଭିଯୋଗ ପଂଜିକରଣ : ସମସ୍ୟାର ସମାଧାନ ହେଉନଥିବାରୁ ବ୍ଲକ ଆଗରେ ଅନସନ
ଜଳେଶ୍ୱର : ପୂର୍ବ ସୂଚନା ଅନୁଯାୟୀ ଆଜି ଜଳେଶ୍ୱର ବ୍ଳକରେ ମିଳିତ ଜନଶୁଣାଣୀ ପୂର୍ବାହ୍ନରେ ଆରମ୍ଭ ହୋଇଥିଲା । ଏଥିରେ ମୋଟ ୧୯୧ଟି ଅଭିଯୋଗ ପଂଜିକରଣ ହୋଇଥିବା ବେଳେ କୃଷି, ପିଇବାପାଣି, ଆବାସ ଗୃହ, ବାର୍ଦ୍ଧକ୍ୟଭତ୍ତା, ବାଲିଚାଲାଣ ଓ ଦୁର୍ନିତୀ ସଂପର୍କରେ ଅଧିକ ଅଭିଯୋଗ ମିଳିଥିଲା । ନାମ୍ପୋ ଗାଁର କେତେକ ସମସ୍ୟା ନେଇ ସମାଧାନ ହେଉନଥିବାରୁ ବିଜେପି ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଅନସନ ଧର୍ମଘଟ ଚାଲୁ ରହିଛି । ଧାନ କ୍ରୟ ଲାଗି ନାମ ପଂଜିକରଣରେ ବିଭ୍ରାଟ, ବାଲିର ବ୍ୟାପକ ଚୋରା ଚାଲାଣ, ଆବାସ ଘର ବଣ୍ଟନରେ ଦୁର୍ନିତୀ, ବାର୍ଦ୍ଧକ୍ୟଭତ୍ତି ପ୍ରଦାନରେ ଚଞ୍ଚକତା, ପ୍ରତିବର୍ଷଭଳି ଚଳିତ ବର୍ଷ ଶୀତବସ୍ତ୍ର ବଣ୍ଟନ ନ ହେବ, ବନ୍ୟା ସମୟରେ ସରକାରୀ ସହାୟତାରେ ପାତର ଅନ୍ତର, ମାଂକଡ ଉପଦ୍ରବ, ଭିକ୍ଷାବୃତ୍ତି କରି ଚଳୁଥିବା ଲୋକଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଓ ଆଶ୍ରୟସ୍ଥଳ ପ୍ରଦାନ, ନିର୍ମାଣାଧିନ ନୂଆବଜାର ଉଡନ୍ତାପୋଲ ଯୋଗୁଁ ବ୍ୟାପକ ଧୂଳି ଉଡିକୁ ନେଇ ଅସନ୍ତୋଷ, ମହିଳାଚାଷୀଙ୍କୁ ଗୁରୁତ୍ୱ ଦିଆନଯିବ, ବିକଳାଙ୍ଗ ମାନଙ୍କୁ ଭତ୍ତା ପ୍ରାଦାନରେ ଅନିୟମିତତା, ଟାଟା ପାୱାର ପକ୍ଷରୁ ଚାଷୀଙ୍କୁ ହଇରାଣ ହରକତ କରାଯାଉଥିବା ସଂପର୍କରେ ବିଭିନ୍ନ ଅଭିଯୋଗ ଆସିଥିଲା । ଏହି ଅଭିଯୋଗରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର , ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ସାହୁ, ସିଡିଏମ୍ଓ ଦୁଲାଲ ସେନ୍ ଜଗଦେବ, ଉପଜିଲାପାଳ ଛଭନ୍ କୁନାଲ ମୋତିରାମ, ପାନୀୟଜଳ ବିଭାଗର ନିର୍ବାହୀ ଇଂ ସମୀର ଚନ୍ଦ୍ର ଦେ, ସିଏସ୍ଓ ପ୍ରଦ୍ୟୁମ୍ନ ରାଉତରାୟ, ଜିଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ସିଡିଭିଓ ଡା. ବନମାଳି ସାହୁ, ଜଳେଶ୍ୱର ବିଡିଓ ପୁନମ ରାଉତ, ତହସିଲଦାର ମିହିର ରଂଜନ ବେହେରା, ଡିପିଓ ପୂର୍ବଚନ୍ଦ୍ର ବେହେରା, ଡିଏସ୍ଡବ୍ଲଓ କୁନ୍ତଳାକୁମାରୀ ମଲ୍ଲିକ, ଜଳସେଚନ ସହକାରୀ ଇଂ ପ୍ରିୟବ୍ରତ ସିଂ, ଡ୍ରେନେଜ୍ର କାର୍ଯ୍ୟନିର୍ବାହୀ ଏସ୍.କେ ସି, ଉଠାଜଳସେଚନର ନିର୍ବାହୀ ଇଂ ଲକ୍ଷ୍ମିନାରାଣ ପାଢୀ, କ୍ଷୁଦ୍ରଜଳସେଚନର କାର୍ଯ୍ୟନିର୍ବାହୀ ଇଂ ଅରୁଣ କୁମାର ଦେ, ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ ନିହାରକାନ୍ତି ବେହେରା, ପିଏଚ୍ଡିର ପରେଶ୍ୱର ଜେନା, ଅବକାରୀ ବିଭାଗର ସିପରିଟେଣ୍ଡେଣ୍ଟ ସୁକାନ୍ତ ପାଢୀ, ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀ ଏସ୍ଏସ୍ କର, ଡିଏସ୍ଏସ୍ଓ ପୁଷ୍ପଲତା ଦିକ୍ଷିତ, ବିଇଓ ଲଲାଟେନ୍ଦୁ ଜେନା, ଲେବର ଅଫିସର ବୃନ୍ଦାବନ ସେଠୀ, ସିଡିପିଓ ବିନତାମଣୀ ସିଂ. ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ଏମ୍ଆଇ ସାଗରିକା ରାଉତରାୟ, ଆଇଆଇସି ରୋଜାଲିନ୍ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଅଂଗନୱାଡି କେନ୍ଦ୍ରରେ ପିଲାମାନଙ୍କୁ ପ୍ରତିବର୍ଷଭଳି ନଭେମ୍ବର ୧୪ତାରିଖ ଶୀତବସ୍ତ୍ର ବଣ୍ଟନ କରାଯାଉଥିବା ବେଳେ ଚଳିତବର୍ଷ ନାମ୍ପୋ ପଂଚାୟତରେ ତାହା ହୋଇନଥିବାରୁ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ଆମରଣ ଅନସନ ଆରମ୍ଭ ହୋଇଛି । ନାମ୍ପୋ ପୁଲିସ୍ ଫାଣ୍ଡି ନିକଟରୁ କଟିପୋଲ ଯାଏ ଜଳ ନିଷ୍କାସନର ବ୍ୟବସ୍ଥା କାର୍ଯ୍ୟଦେଶ ପାଳନ ହେଉନଥିବାରୁ ଏହା ବିରୋଧରେ ମଧ୍ୟ ଅନସନ ଆରମ୍ଭ ହୋଇଛି । ନାମ୍ପୋ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳରେ ୫ଟି କାର୍ଯ୍ୟରେ ଅର୍ଥ ଆତ୍ମସାତ, ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ କରି ଆଜି ଚାଲିଥିବା ଆନ୍ଦୋଳନରେ ସୁଧିର କୁମାର ଭୂୟାଁ, ସୁନିତା ପ୍ରଧାନ, ପ୍ରଣବ ବାରିକ, ଜଗଦୀଶ ପ୍ରଧାନ, ଅରୁଣ ବେଜ, ଫାଲଗୁନୀ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିବା ଜଣାଯାଇଛି ।
