ଆସିକା ସମବାୟ ଚିନି ଶିଳ୍ପରେ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଚଳିତ ବର୍ଷର ଆଖୁପେଡ଼ା ଆରମ୍ଭ ହେବ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନି ଶିଳ୍ପରେ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଚଳିତ ବର୍ଷର ଆଖୁପେଡ଼ା ଆରମ୍ଭ କରିବା ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି । ସେହିପରି ଏସଡିଏଫ ର ବକେୟା ଋଣ ପ୍ରାୟ ୩୩ କୋଟି ଟଙ୍କା ପରିଶୋଧ, ଅଧିକ ଆଖୁ ଯୋଗାଣ, ଚାଷୀଙ୍କ ଆର୍ଥିକ ଉନ୍ନତି ଓ ୨୦୨୨-୨୩ ରେ ରାଜ୍ୟ ସରକାରଙ୍କ ଯୋଜନାରେ ଚିନି ଶିଳ୍ପର ଆର୍ଥିକ ବିକାଶ ଉପରେ ଚିନି ଶିଳ୍ପ ପରିଚାଳନା ପରିଷଦ ନିଷ୍ପତି ନେଇଛି । ଆଖୁ ଟନ୍ ପିଛା ୩୫୦୦ ଟଙ୍କା ଧାର୍ଯ୍ୟ, ଆଖୁ ଚାଷ ପାଇଁ ଚାଷୀଙ୍କୁ ଉପଯୁକ୍ତ ସମୟରେ ବିହନ ଓ କୀଟନାଶକ ସାର, ଚିନି ଶିଳ୍ପ ନିଯୁକ୍ତିରେ ଚାଷୀଙ୍କ ପରିବାର ଲୋକଙ୍କୁ ଅଗ୍ରାଧିକାର ଦେବା ଓ ଆଖୁଜମିକୁ ଜଳଯୋଗାଣ ନିଶ୍ଚିତ କରିବା ପାଇଁ ପରିଚାଳନା ପରିଷଦରେ ନିଷ୍ପତି ହୋଇଛି ।
