କଳାକ୍ଷେତ୍ରରେ ସିରାମିକ୍ କର୍ମଶାଳା ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଓ କଲିକତା ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସିରାମିକ୍ କର୍ମଶାଳା ରବିବାର ଉଦ୍ଯାପିତ ହୋଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ କଲିକତା ଇନକମ ଟେକ୍ସ କମିଶନର ଅମ୍ଳାନ ତ୍ରିପାଠୀ ଯୋଗଦେଇ ସିରାମିକ୍ କର୍ମଶାଳାରେ ଯୋଗଦେଇଥିବା ଛାତ୍ରୀଛାତ୍ରଙ୍କ କଳାକୁ ଭୂୟସୀ ପ୍ରଶଂସା କରି ଭାରତରେ ସିରାମିକ୍ କଳା ଭଳି ବାଲେଶ୍ୱରର ସିରାମିକ କଳାର ଏକ ସ୍ୱତନ୍ତ୍ରତା ସୃଷ୍ଟି କରିପାରିଛି ।

ମୁଖ୍ୟବକ୍ତା ଭାବେ ସୁବାସିନି ଜେନା ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଅଧ୍ୟାପିକାଅଧ୍ୟାପକମାନଙ୍କର ପରିଶ୍ରମର ଏକ ଜ୍ୱଳନ୍ତ ଉଦାହରଣ ବାଲେଶ୍ୱରର କଳାକ୍ଷେତ୍ର । ଏହି କଳା ଅନୁଷ୍ଠାନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସିରାମିକ କଳାରେ ନିଜର ପାରଦର୍ଶିତା ଅର୍ଜନ କରିପାରିବ । ଛାତ୍ରୀଛାତ୍ରମାନେ ସିରାମିକ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିବେ । ସମ୍ପାଦକ ସଂଗ୍ରାମ କୁମାର ଦାସ ଯୋଗଦେଇ ବାଲେଶ୍ୱର ଚାରୁ ଓ କାରୁ କଳା ବେସରକାରୀ ମହାବିଦ୍ୟାଳୟ ହୋଇଥିଲେ ବି ଓଡ଼ିଶାର ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଠାରୁ ଶିକ୍ଷା ଦାନରେ ଅଗ୍ରଣୀ ଅନୁଷ୍ଠାନ ଭାବରେ ଦଣ୍ଡାୟମାନ ହୋଇପାରିଛି । ଉତ୍ସବରେ କଲିକତା ମହାବିଦ୍ୟାଳୟର ସିରାମିକ ବିଭାଗର ପ୍ରପେସର ସପନ କୁମାର ଜାନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସିରାମିକ କର୍ମଶାଳାରେ ଯୋଗଦେଇଥିବା ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ ଦୈତାରୀ ବେହେରା, ଶ୍ରୀକୃଷ୍ଣ ପାତ୍ରଙ୍କୁ ସମ୍ମାନିତ କରାଯାଇ ଅଧ୍ୟାପିକା ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ସିରାମିକ କର୍ମଶାଳାର ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ ।
