ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀ
ଭୁବନେଶ୍ୱର : ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ବିଶିଷ୍ଟ ଗାୟିକା ଗିରିଜା ଦେବୀଙ୍କ ସେ ଆସୋସିଏଟ ଥିଲେ । ଆକାଶବାଣୀ କଟକର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବାବେଳେ ସେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଆକାଶବାଣୀରେ ପ୍ରସାରିତ ମୀରାବାଈ ତାଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା । ଦେଶର କିଛି ପ୍ରମୁଖ ଗାୟକଙ୍କ ସହ ବି ସୁନୀଲ ଶତପଥୀ କାମ କରିଥିଲେ । ପ୍ରସିଦ୍ଧ ଗାୟକ ମାନ୍ନା ଦେଙ୍କ ଗୀତଗୋବିନ୍ଦଙ୍କୁ ସେ ରେକର୍ଡ କରିଥିଲେ। ଆଦିବାସୀ ସଙ୍ଗୀତରେ ବି ତାଙ୍କର ଗଭୀର ଦକ୍ଷତା ଥିଲା।
