ଝାରସୁଗୁଡା : ଓଡ଼ିଶା ର ଦ୍ୱିତୀୟ ବୃହତ ଓ ପଶ୍ଚିମ ଓଡ଼ିଶାର ବିମାନ ସେବା ର କେନ୍ଦ୍ରସ୍ଥଳ ଝାରସୁଗୁଡ଼ା ବିମାନ ବନ୍ଦର ର ବିମାନ ଚଳାଚଳ କୁ ନେଇ ବର୍ତମାନ ଗୁରୁତର ବ୍ରିଭାଟ ସୃଷ୍ଟି ହୋଇଛି । ବିମାନ ବନ୍ଦର ପଶ୍ଚିମ ଓଡ଼ିଶାବାସୀ ଙ୍କର ବିଶ୍ୱାସ ହରାଇଛି । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରୁ ବିମାନ ଚଳାଚଳ ଆରମ୍ଭ ହେଲା ପରେ ଗୋଟିଏ ପରେ ଗୋଟିଏ ନୂତନ ବିମାନ ସେବା ବୃଦ୍ଧି ପାଇଥିଲା । ଯାହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ବାସୀଙ୍କ ସମେତ ଝାରଖଣ୍ଡ ଏବଂ ଛତିଶଗଡ଼ ସୀମାବର୍ତି ଜିଲ୍ଲା ଗୁଡ଼ିକ ର ଲୋକେ ବହୁତ ଖୁସି ଓ ଆଶାବାଦୀ ରହିଥିଲେ । ହେଲେ ସ୍ପାଇଟଜେଟ୍ ର ଗତ କିଛି ମାସ ହେବ ଅନେକ ପ୍ରମୁଖ ସହର କୁ ଯାତାୟାତ କରୁଥିବା ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ ରହିଛି ଓ ଅନ୍ୟ କେତେକ ନିୟମିତ ଭାବରେ ଯାତାୟାତ କରୁ ନାହିଁ । ଯାହାକୁ ନେଇ ଅଂଚଳବାସୀଙ୍କ ଅନେକ ଅଭିଯୋଗ ରହିଥିବା ବେଳେ ମନରେ ଅନେକ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । କଣ ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦର ସତରେ କଣ ବନ୍ଦ ହେବ? ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଷ୍ଟି ରେ ରଖି ବିଜେପି ର ଏକ ତିନି ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ ଗତମାସରେ କରି ଥିଲେ । ପ୍ରତିନିଧି ଦଳ ନୂଆଁଦିଲ୍ଲୀ ରାଜୀବ ଭବନ ରେ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିରାଦୀତ୍ୟ ସନ୍ଧିଆଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଆଲୋଚନା କରିଥିଲେ । ପ୍ରତିନିଧି ଦଳରେ ରହିଥିବା ରେଙ୍ଗାଳି ବିଧାୟକ ନାଉରି ନାୟକ, ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁଶୁମ ଟେଟେ ଓ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ମନ୍ତ୍ରୀ ଶ୍ରୀଯୁକ୍ତ ସିନ୍ଧିଆ ଙ୍କୁ ସମସ୍ତ ବିଷୟରେ ଅବଗତ କରେଇବା ପରେ ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ । ସେହିପରି ଝାରସୁଗୁଡା ବିଧାୟକ ତଥା ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଦିଲ୍ଳିରେ ବିଭାଗୀୟ ଅଧିକାରଙ୍କୁ ଭେଟି ଥିଲେ । ଦାବୀ ଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ କୁ ଝାରସୁଗୁଡ଼ା ରୁ ରାଂଚି ଓ ଜୟପୁର କୁ ଦୈନିକ ବିମାନ ସେବା ଯୋଗାଇ ଦେବା ପ୍ରମୁଖ ଦାବୀ ରହିଥିଲା । କିନ୍ତୁ ଏହା ମଧ୍ୟରେ ଏକମାସ ବିତି ଗଲାଣି କିଛି ଚଳାଚଳରେ ଉନ୍ନତି ହୋଇ ନାହିଁ । ବର୍ତମାନ କେବଳ ଦିଲ୍ଳି ବିମାନ ସେବା ସ୍ପାଇଟଜେଟ୍ ଚଳିଛି । ହାଇଦ୍ରାବାଦ, କଲିକତା , ରାୟପୁର ବେଙ୍ଗାଲୁର , ସ୍ପାଇଟଜେଟ୍ ର ବନ୍ଦ ରହିଛି । ଆଗରେ ବିଶ୍ୱ କପ୍ ହକି ରହି ଥିବାରୁ ଏହି ବିମାନ ବନ୍ଦର ର ଗୁରୁତ୍ୱ କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଉପଲ୍ୱଧି କରିବା ଉଚିତ ବୋଲି ପଶ୍ଚିମ ଓଡ଼ିଶାର ବୁଦ୍ଧିଜବୀ ମାନେ ଦାବି କରିଛନ୍ତି ।
Post Views: 37,302