କେନ୍ଦ୍ରାପଡା କଂଗ୍ରେସ ତରଫରୁ ମାଟି ପାଇଁ ମାଡିଚାଲ ଆନ୍ଦୋଳନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ୭ ଦଫା ଦାବିନେଇ ଏକ ବିଶାଳ ଶୋଭାଯାତ୍ରା ତିନିମୁହାଣୀରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଥିଲା । ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଜଟଣୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟୀ ପ୍ରସାଦ ବେହୁରା, ରତୀକାନ୍ତ କାନୁନଗୋ, ଜ୍ଞାନରଞ୍ଜନ ବେଉରା, ଜୟନ୍ତ ମହାନ୍ତି, ଆଇନଜୀବି ଧରଣୀଧର ନାୟକ, ମହମ୍ମଦ ଆକବର ଅଲ୍ଲୀ, ବିଭ୍ରାଂଶୁ ଲେଙ୍କା, ଚିତ୍ରସେନ ପରିଡା, ରାଜେଶ ମହାନ୍ତି, ହିବଜୁବୁର ରହେମାନ, ମିର୍ ମୁରସିଦ୍( ମୁଷି ସରକାର), ସୈାମେନ୍ଦ୍ର ପୃଷ୍ଟି, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାନ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା, କେନ୍ଦ୍ରାପଡାରେ ଯାତ୍ରୀବାହୀ ରେଳ ଚଳାଚଳ, ମୁନିସିପାଲିଟିରେ ଡ୍ରେନେଚ ଓ ସ୍ୱରେଜ ବ୍ୟବସ୍ଥା, ପଟ୍ଟାମୁଣ୍ଡାଇ ର ସିଂହଗାଁ ସଂଯୋଗ ପାଇଁ କଣ୍ଟିଆ ନାଳସେତୁ ନିର୍ମାଣ, ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆୟବା ସରକାରୀ +୨ ବିଜ୍ଞାନ ମହାବିଦ୍ୟାଳୟର ପୁନବିନ୍ୟାସ ପ୍ରମୁଖ ୭ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବାସୀଙ୍କ ଏହି ଦାବିଗୁଡିକୁ ପୁରଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ପରିମାଣରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ।
