ସାହାରପଡାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସାହାରପଡା ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିଭିନ୍ନ ଦାବି ନେଇ ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ୍ କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି ପୂରଣ କରୁ ନ ଥିବା ଯୋଗୁ ଧାରଣାରେ ବସିଥିବା କର୍ମୀ ମାନେ ପ୍ରକାଶ କରିଛନ୍ତି । ପ୍ରମୁଖ ଦାବି ମଧ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା, ମାସିକ ୨୧ ହଜାର ଟଙ୍କା ଦରମା ପ୍ରଦାନ, ମିନି କର୍ମୀ ମାନଙ୍କୁ ଅଙ୍ଗନୱାଡି କର୍ମୀ ଘୋଷଣା, ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି ସହ ତୁରନ୍ତ ବିଭିନ୍ନ ଦାବି ପୂରଣ କରିବାକୁ କର୍ମୀମାନେ ଦାବି କରିଛନ୍ତି । ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସମ୍ପାଦିକା ଟିକି ପାତ୍ର, ଇନ୍ଦୁମତି ସେଠି,ସ୍ନେହଲତା ନାଏକ, ପଦ୍ମାବତୀ ମହାନ୍ତ, ବାଲମତି ମୁଣ୍ଡା, ସତ୍ୟବତୀ ନାଏକ, ମୀରା ନାଏକ, ଯୋଶଦା ପାତ୍ର, ଗୀତା ନାଏକ, ସୌଦାମିନୀ ନାଏକ, ଝନସୀ ମହାନ୍ତ, ମୀନାରାଣୀ ବେହେରା ଏବଂ ସୁପ୍ରିୟା ନାଏକ କହିଛନ୍ତି । ଆନ୍ଦୋଳନରେ ସାହାରପଡା ବ୍ଲକର ୨୪୧ ଅଙ୍ଗନୱାଡି କର୍ମୀ ସହାୟିକାଙ୍କ ସହ ୨୪୧ ଜଣ କର୍ମୀ ସାମିଲ ରହିଛନ୍ତି ।
