ବରହମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳସ୍ତରୀୟ ଆଲୋଚନା ଚକ୍ର
ନୀଳଗିରି : ବରହମପୁର ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂକୁଳ ସ୍ତରୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପୂର୍ବୋତର ସମ୍ଭାଗ ବାଲେଶ୍ୱର ର ଅନ୍ତର୍ଗତ ମିତ୍ରପୁର ସଂକୁଳର ଆନୁକୂଲ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସ୍ୱାବଲମ୍ବୀ ଭାରତ ନିର୍ମାଣରେ ଭୂମିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରହମପୁର ଡିଗ୍ରୀ କଲେଜରର ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ନୂତନ ଶିକ୍ଷା ନୀତିର ବିବିଧତା ସହ ସ୍ୱାବଲମ୍ବୀ ହେବାର ସକରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ । ପୂର୍ବୋତର ସମ୍ଭାଗ ବାଲେଶ୍ୱର ସଂପାଦକ ମୁକ୍ତେଶ୍ୱର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏକ ନୂତନ ଯୁଗର ଅୟମାରମ୍ଭ ସହ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଭାରତର ନୂତନ ପୀଢ଼ିକୁ ନୂତନ ଦିଶା ପ୍ରଦାନ କରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମିତ୍ରପୁର ସଂକୁଳ ସଂଯୋଜକ କମଳଲୋଚନ ମିଶ, ସଂକୁଳ ପ୍ରମୁଖ ଜଗବନ୍ଧଉ ମହାପାତ୍ର ନିଜ ନିଜର ଅଭିଭାଷଣ ରଖିଥିବା ବେଳେ ଜଗବନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବରହମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଣପ୍ରତିଷ୍ଠାତା ଅକ୍ଷୟ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ , ଗୁରୁମାମାନେ ସହଯୋଗ କରିଥିଲେ ।
