ବାଇକ୍କୁ ପିଟିଲା ବସ୍ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍କୁ ପିଟିଲା ବସ୍। ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି।
ସୂଚନା ଯେ, ଖୁଜେନପାଲିର ପୁଷ୍ପାଞ୍ଜଳୀ ବାଘ ତାଙ୍କ ସ୍ଵାମୀଙ୍କ ସହ ବାଇକ୍ ଯୋଗେ ଶିବ ମନ୍ଦିର ଯାଉଥିଲେ। କଳାପଥାର ଆଗରେ ବୁଲାଣି ରାସ୍ତାରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଉଭୟ ସ୍ଵାମୀ-ସ୍ତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଦମକଳ ବାହିନୀ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ପୁଷ୍ପାଞ୍ଜଳୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସ୍ଵାମୀ ଗିରିଧାରୀ ବାଘଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛ।
