ରାଉତପଡ଼ା ସମିତିର ବାର୍ଷିକ ସାଧାରଣ ସଭା
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ରାଉତପଡା ସେବା ସମବାୟ ସମିତିର ୪୮ ତମ ବାର୍ଷିକ ସାଧାରଣ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମିତି ସଭାପତି ଦେବାଶିଷ ମହାପାତ୍ର ଅଧ୍ୟକ୍ଷତା କରି ସମିତି ମାଧ୍ୟମରେ ସମସ୍ତ ଚାଷୀ କିଭଳି ଉପକୃତ ହୋଇ ସ୍ୱାବଲମ୍ବୀ ହେବେ ସେ ଦିଗରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ବସ୍ତା ଶାଖା ପରିଚାଳକ ସସ୍ମିତା ଦାସ ଯୋଗ ଦେଇ ଚାଷୀଙ୍କ ଉନ୍ନତିରେ ସମିତିର ସାମଗ୍ରିକ ବିକାଶ ସମ୍ଭବ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ପାଦକ ସୃଷ୍ଟିଧର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ପଣ୍ଡିତ ଗୋପାଳ ଚନ୍ଦ୍ର ଦାଶ ବେଦପାଠ କରିଥିଲେ । ସମ୍ମାନୀତ ଅତିଥି ବ୍ୟାଙ୍କ ସୁପରଭାଇଜର ପ୍ରଣବ କୁମାର ସିଂହ, ଏମପି ପ୍ରତିନିଧି ପ୍ରଦୀପ ପଣ୍ଡା, ପୂର୍ବତନ ସମିତି ସଭାପତି ହରେନ୍ଦ୍ର କୁମାର ଦାସ, ଡାଇରେକ୍ଟର ଆରତୀ ନାୟକ, ସୁଜାତା ମଣ୍ଡଳ, କୈଳାସ ନାୟକ, ଅଭିମନ୍ୟୁ ବର, ନରହରି ଦାସ, ଧୀରେନ୍ଦ୍ର ଦାସ, ପ୍ରତାପ ରାଉତ, ମନୋରଞ୍ଜନ ଦାସ, ସାଦନ ସିଂ, କେଫାଯୁଦ୍ଦିନ ଖାନ, ପ୍ରଦୀପ ଦାସ, ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସମିତିର ସୁପରିଚାଳନା ଓ ଧାନ କ୍ରୟ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ସରପଞ୍ଚ ମନୋରଞ୍ଜନ ମହାପାତ୍ର ଓ ମଦନମୋହନ ଯେନା, ଶ୍ରୀନିବାସ ରାଉତ, ଚକ୍ରଧର ମହାନ୍ତି, ପ୍ରଫୁଲ୍ଲ ଦାସ, ଭାଗିରଥି ନାୟକ, ହରିନାଥ ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସହ-ସମ୍ପାଦକ ତପନ କୁମାର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଚାରୀ ଯତୀନ୍ଦ୍ର ଦାସ, କବିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
