କ୍ଷୀରଚୋରା କଳା ମହୋତ୍ସବ-୨୦୨୨; ‘କଳା ମାଣିକ ଦିବ୍ୟ କଳା’ ସମ୍ମାନରେ ସମ୍ମାନିତ ହେଲେ ପ୍ରଶାନ୍ତ ନନ୍ଦ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣାର ସାଂସ୍କୃତିକ ଅନୁଷ୍ଠାନ କଳାମାଣିକ ଆୟୋଜିତ ‘କ୍ଷୀରଚୋରା କଳା ମହୋତ୍ସବ-୨୦୨୨’ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମାଇଲ ଖୁଣ୍ଟ ତଥା ମେରୁଦଣ୍ଡ ପ୍ରଶାନ୍ତ ନନ୍ଦ ଯୋଗଦେଇ କଳାମାଣିକ ପ୍ରଚେଷ୍ଟାକୁ ଧନ୍ୟବାଦ ଦେବା ସହ କଳା ଏକ ଇଶ୍ୱରୀୟ ପଦତ୍ତ ବୋଲି କହିଥିଲେ । ଏହି ଅବସରରେ ‘କଳା ମାଣିକ ଦିବ୍ୟ କଳା’ ସମ୍ମାନରେ ଶ୍ରୀ ନନ୍ଦ ସମ୍ମାନିତ ହୋଇଥିଲେ । ସେହିପରି ସଭାରେ ଯାତ୍ରା ଜଗତର ବିଶିଷ୍ଟ କଳାକାର ବାପି ପଣ୍ଡା ଯାତ୍ରାର ସଂଳାପ କହି ଦର୍ଶକଙ୍କ ମନ କିଣିଥିଲେ । ବ୍ରହ୍ମପୁରରୁ ବେକାରିୟା ଲୋକ ଭାବେ ପରିଚିତ ହାସ୍ୟ ଅଭିନେତା ୟୁଟ୍ୟୁବର ପ୍ରୀତିରଞ୍ଜନ ପ୍ରଧାନ ଦର୍ଶକଙ୍କୁ ଖୁବ୍ ହସାଇଥିଲେ । କ୍ଷୀରଚୋରା ମନ୍ଦିରର ସରୋଜ ବେହେରା, ଉତ୍ତର ଓଡ଼ିଶା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ ଚନ୍ଦ୍ର ପ୍ରହରାଜ, ଶିଳ୍ପୀ କେଶୁ ଦାସ, ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ନିଷ୍ଟ କଲେଜର ଅଧ୍ୟକ୍ଷ ପଙ୍କଜ ଜେନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିବ୍ୟକ୍ତ ଭାଷଣ ଉପସ୍ଥାପନ କରିଥିଲେ । କଳା ମାଣିକର ସଭାପତି ବିଜୟ ମହାକୁଡ଼ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ନରୋତ୍ତମ ଦାସ ବିବରଣୀ ପାଠ କରିଥିଲେ । ସହ ସମ୍ପାଦକ ଦେବାଶିଷ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିବାନ୍ଦାନ ବାରିକ ଓ ରାଇରଞ୍ଜନ ନନ୍ଦ ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୀତ, ନୃତ୍ୟ, ଚିତ୍ର, ଅଭିନୟ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା ।
ପୂର୍ବାହ୍ନରେ ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ରେମୁଣା ବିଧାୟକ ଶୁଭ୍ରାଂଶୁ ପରିଡ଼ା, ରେମୁଣା ଏନ୍ଏସି ଅଧ୍ୟକ୍ଷା ତନୁଜା ଗିରି, ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ସମାଜସେବୀ ଶୁଭେନ୍ଦୁ ପରିଡ଼ା, ଅଧ୍ୟାପକ ପ୍ରଶାନ୍ତ ବରାଳ, ନାଟ୍ୟ ଅଭିନେତା, ଲକ୍ଷ୍ମୀ ନାରାୟଣ ଘୋଷ, ୱାର୍ଡ଼ କାଉନସିଲର ସସମିତା ଦଳେଇ ଯୋଗଦେଇଥିବା ବେଳେ ଅପରାହ୍ନରେ ମୁଖ୍ୟଅତିଥି ଭାବେ ରେମୁଣା ପ୍ରଥମ ଓ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଡ. ଭାଗବତ ପ୍ରସାଦ ଦାସ , ଦେବାଶିଷ ପତି, ସୁଜିତ୍ ଭୋଇ ଉପସ୍ଥିତ ଥିଲେ । ଏହି ସଭାରେ ଦିବ୍ୟାଙ୍ଗ ସମାଜସେବୀ ବିଜୟ କୁମାର ମହାରଣା ପ୍ରଶାନ୍ତ ନନ୍ଦଙ୍କ ହାତରୁ ସମ୍ବର୍ଦ୍ଧିତ ହୋଇ ଖୁସିବ୍ୟକ୍ତ ହୋଇଥିଲେ । ସଂକଳ୍ପ ପରିବାର, ଉଇ ମଷ୍ଟ ହେଲ୍ପ ୟୁ, ମୁଁ ତୁମର ସାଥୀ, ସେବା ସଂଘ ଓଡ଼ିଶା ପ୍ରମୁଖ ସମ୍ମାନିତ ହୋଇଥିଲେ । ସାଂସ୍କୃତିକ କାର୍ଯକ୍ରମରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଦିଆଯାଇଥିଲା । ପରେ କଳାମାଣିକ ୟୁଟ୍ୟୁବ୍ରେ ଅଭିନୟ କରିଥିବା ସମସ୍ତ କଳାକାର ଗୌତମ, ପପୁ, ସଞ୍ଜୟ, ବର୍ଷା, ସନ୍ୟାସୀ, ଅରୁଣ, ଦେବୀଦତ୍ତ, ଗୁରୁ, କୁସୁମ, ଚିକୁ, ହିମାଂଶୁ, ତୁଷାର, ଅସ୍ମିକ୍, ପ୍ରମୁଖ କଳାକାରଙ୍କୁ ଆୱାର୍ଡ଼ ଦିଆଯାଇଥିଲା । ନିର୍ଦ୍ଦେଶକ ଦେବାଶିଷ ପତି, ସହ ନିର୍ଦ୍ଦେଶକ ମାନସ ରଞ୍ଜନ, ଡିଓପି ହିମାଂଶୁଙ୍କୁ ଆୱାର୍ଡ଼ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଶ୍ୟାମ ସୁନ୍ଦର ବେହେରା ଧନ୍ୟବାଦ ଦେଇଥିଲେ ।
