ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୨୨ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ଗୋଲେଇ ନିକଟସ୍ଥ ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କର୍ମଚାରୀ ୟୁନିଅନ ସମ୍ମିଳନୀ କକ୍ଷରେ ସ୍ୱେଚ୍ଛାସେବୀ ସଂଗଠନ କମିଟି ପକ୍ଷରୁ ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବ ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୨୨ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ ଉତ୍ସବ କମିଟିର ସଭାପତି ସମାଜସେବୀ ସୁବାସିନୀ ଜେନା ସଭାପତିତ୍ୱ କରିଥିବାବେଳେ ଜ୍ଞାନଶ୍ରୀର ସମ୍ପାଦକ ପ୍ରଶାନ୍ତ କୁମାର ପଟେଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠିତ ବୈଠକରେ ଉତ୍ସବ କମିଟିର ଉପଦ୍ଦେଷ୍ଟା ଶଶିରଞ୍ଜନ ମଲିକ, କେଶୁ ଦାସ, ସାହିରୁଲ ହକ, କାର୍ତିକ ଚନ୍ଦ୍ର ଗିରି, ରୋନାଲିସା ପଣ୍ଡା, ଜ୍ୟୋତ୍ସା ସେନାପତି, ଅଭିମନ୍ୟୁ କାନୁନଗୋ, ସୁଧାକର ସେଠୀ, ବିକାଶ କୁମାର ଦାସ, ଜଳଧର ପଣ୍ଡା, ଅରୁଣାଂଶୁ ପାଣିଗ୍ରାହୀ, ବିଶ୍ୱନାଥ ସାହୁ, ଅଦିତ କୁମାର ଦେଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟା ସୋନାଲି ଶିଖା ପାଣିଗ୍ରାହି, ଜ୍ୟୋତିପ୍ରଜ୍ଞା ଦାସ, କାର୍ଯ୍ୟକାରୀ ସଦସ୍ୟ ଗୋପବନ୍ଧୁ ଗିରି, ମନୋଜ କୁମାର ରାଉତ, ଆଦିତ୍ୟ ଉପାଧ୍ୟାୟ, ହିମାଂଶୁ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୁପରେଖ ପ୍ରସ୍ତୁତ କରିଥିଲେ । ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ -୨୦୨୨’ ଆସନ୍ତା ଡିସେମ୍ବର ୧୭ତାରିଖ କୁରୁଡାରେ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ପୁରସ୍କୃତ କରାଯିବା ସହିତ ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୨୦ରେ ଜୀବନବ୍ୟାପୀ ସାଧନା ପାଇଁ ଜ୍ଞାନଶ୍ରୀ ମହାସମ୍ମାନ ସାଙ୍ଗକୁ ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଦସ୍ୟ ସନତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
