ସୁବର୍ଣ୍ଣରେଖା ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ବିଜେଡି ନେତା ବଳରାମ ସାହୁଙ୍କ ବିୟୋଗରେ ଶୋକସଭା
ବାଲିଆପାଳ : ବରିଷ୍ଠ ବିଜେଡି ନେତା ବଳରାମ ସାହୁଙ୍କ ବିୟୋଗରେ ସୁବର୍ଣ୍ଣରେଖା ବିକାଶ ପରିଷଦ ପକ୍ଷରୁ ଶୋକ ସଭା ଆଜି ଅପରାହ୍ନରେ ବାଲିଆପାଳ ପୃର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶୋକସଭାରେ ସୁବର୍ଣ୍ଣରେଖା ବିକାଶ ପରିଷଦର ସଭାପତି ଯୁବନେତା ହାଡିବନ୍ଧୁ ରାଉତ ସଭାପତିତ୍ବ କରିଥିଲେ ।ପ୍ରାରମ୍ଭରେ ସ୍ବର୍ଗତଃ ବଳରାମ ସାହୁଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।ଶୋକ ସଭାରେ ବିଜୁ ଜନତା ଦଳ ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ସାମ୍ବାଦିକ ପ୍ରଫୁଲ୍ଲ ପାତ୍ର, ୨୨ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ,୨୩ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,ବ୍ଲକ ଯୁବ ବିଜେଡି ସଭାପତି ସଂଗ୍ରାମ ପରିଡା,ବ୍ଲକ ଛାତ୍ର ବିଜେଡି ସଭାପତି ସୁଶାନ୍ତ ବେହେରା,ଅଶ୍ବିନୀ କୁମାର ପାତ୍ର,ସରୋଜ ଦାସ,ବିକାଶ ଜେନା,ସଞ୍ଜିବ ପାତ୍ର, ଶିବାନନ୍ଦ ଦାସ ଅଧିକାରୀ,ରଘୁନାଥ ଜେନା,ରତିକାନ୍ତ ପାତ୍ର,ରାଧାକୃଷ୍ଣ ଦାସ ମହାପାତ୍ର,ମୃତ୍ୟୁଞ୍ଜୟ ଗୋଚ୍ଛାୟତ,ମନ୍ମଥ ବାରିକ,ସୁଧାଂଶୁ ବାରିକ,ସୌମ୍ୟଦିପ ଚକ୍ରବର୍ତ୍ତୀ,ସୁଶାନ୍ତ କୁମାର ପାତ୍ର,ଗୋପନାରାୟଣ ଜେନା ପ୍ରମୁଖ ସୁବର୍ଣ୍ଣରେଖା ବିକାଶ ପରିଷଦର ସମସ୍ତ ସଦସ୍ୟ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ତାଙ୍କ ବିୟୋଗରେ ଆମେ ସମସ୍ତେ ଅନୁତପ୍ତ ଏବଂ ଝୁରି ହେଉଛୁ ।ଲୋକଙ୍କ ହୃଦୟକୁ ଜୟ କରି ପାରିଥିଲେ ସେ । ସ୍ବର୍ଗତଃ ସାହୁ ବାଲିଆପାଳର ଜନଦରଦୀ ନେତା ଓ ଦୁଃଖୀ ଗରିବଙ୍କ ବନ୍ଧୁ ଥିଲେ । ବାଲିଆପାଳ ବାସୀଙ୍କ ସାହାସ ଥିଲେ ବଳରାମ ସାହୁ । ତାଙ୍କ ମୃତ୍ୟୁରେ ବାଲିଆପାଳରେ ଅପୂରଣୀୟ କ୍ଷତି ଘଟିଲା ବୋଲି ଶୋକସଭାରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସୁବ୍ରତ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
