ପୁରୀ ଏସପିଙ୍କ ନାମରେ ନକଲି ଫେସବୁକ୍ ଯୁବକ ଗିରଫ
ପୁରୀ : ପୁରୀ ଏସପି କେ. ବିଶାଲ ସିଂହଙ୍କ ନାମରେ ଜଣେ ଯୁବକ ନକଲି ଫେସବୁକ୍ ଆକାଉଣ୍ଟ ଖୋଲିଥିଲା । ଜଣେ ଯୁବକକୁ ହୋମଗାର୍ଡ଼ ଚାକିରି କରାଇ ଦେବାକୁ କହି ଏହି ଫେସବୁକ୍ ଆକାଉଣ୍ଟ ଜରିଆରେ ଟଙ୍କା ମାଗୁଥିଲା । ଏହି ସମ୍ପର୍କରେ ଯୁବକ ସାଇବର ଥାନାରେ ଅଭିଯୋଗ କରିବା ପରେ ଟାଉନଥାନା ପୋଲିସ ଯୁବକକଚ ଗିରଫ କରିବା ପାଇଁ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଯୁବକ ଜଣକ କୋରେଇ ଅଞ୍ଛଳ ତହରପୁର ଗ୍ରାମର ମନୋଜ ସାହୁ ।
