ବାଲିଆପାଳ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ଅଗ୍ନିଶମ ବିଭାଗ ପକ୍ଷରୁ ବଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଗ୍ନିକାଣ୍ଡ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ଅଗ୍ନିଶମ ବିଭାଗ ଅଫିସର ବିଶ୍ୱନାଥ ମାରାଣ୍ଡି, ଫାୟାରମେନ ରାଜେନ୍ଦ୍ର ପ୍ରସାଦ ହାଁସଦା, ଅମିତ କୁମାର ମହାନ୍ତ,ଅମୀୟ ରଞ୍ଜନ ପ୍ରଧାନ,ବିଶ୍ୱଜିତ ନାୟକ ଓ ମାଝିଆ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ଡାକ୍ତରଖାନା ପରିସରରେ ଯଦି କୌଣସି ସ୍ଥାନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟେ ସେ ଦିଗରେ ତୁରନ୍ତ କିପରି ତାର ସୁରକ୍ଷା କରିପାରିବେ ଓ ନିଆଁକୁ ଲିଭାଇବା ଦିଗରେ ସକ୍ଷମ ହେବେ ସେଦିଗରେ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ଏପରିକି ମହିଳା ମାନେ ନିଜ ଘରେ ଚୂଲିରୁବା ଗ୍ୟାସ ଦ୍ୱାରା ଯଦି ଅଗ୍ନିକାଣ୍ଡ ଘଟେ ସେ ଦିଗରୁ କିପରି ନିଜକୁ ରକ୍ଷା କରିବେ ଓ ନିଆଁକୁ ସହଜେ ଲିଭାଇବା ସହିତ ଗ୍ୟାସକୁ କିପରି ଲିଭାଇବେ ସେ ଦିଗରେ ଦେମୁ କରି ଉପସ୍ଥିତ ଆଶା କର୍ମୀ ମାନଙ୍କୁ ତାଲିମ ପ୍ରଦାନ କିଥିଲେ।ଏହି କାର୍ଯ୍ୟକ୍ରମରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବେଣୁଧର ହୋଇ,ଡାକ୍ତର ସତ୍ୟରଞ୍ଜନ ପାଣିଗ୍ରାହୀ,ଫାର୍ମାସିଷ୍ଟ ସରୋଜ କୁମାର ଦାସ, ସୁପର ଭାଇଜର ରମାନାଥ କର,ପିଏଇଚଇଓ ଝୁନାବାଳା ଦେ, ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
