ସିରାମିକ୍ କର୍ମଶାଳା, ଯୋଗଦେଲେ ୯୧ ଛାତ୍ରୀଛାତ୍ର
ବାଲେଶ୍ୱର : ବାଲେଶ୍ୱର ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଏବଂ ସରକାରୀ ଚାରୁ ଓ କାରୁ କଳା କଲିକତା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସିରାମିକ୍ କର୍ମଶାଳା ଉଦ୍ଘାଟନ ହୋଇଛି । ବାଲେଶ୍ୱର ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କର୍ମଶାଳାକୁ ମୁଖ୍ୟଅତିଥି ପ୍ରଫେସର ସ୍ୱପନ କୁମାର ଜାନା ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସମ୍ପାଦକ ସଂଗ୍ରାମ କୁମାର ଦାସ, ବରିଷ୍ଠ ଖବରଦାତା ମଧୁସୂଦନ ଦାସ, ନରହରି ବେହେରା ଯୋଗଦେଇଥିଲେ ।
ସିରାମିକ୍ର ଜନ୍ମ ଚାଇନା ଓ ଜାପାନ ଦେଶରେ ଆରମ୍ଭ ହୋଇ ଭାରତରେ ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଥିଲା । ଓଡ଼ିଶାରେ ଏହାର ପ୍ରଚାର ଓ ପ୍ରସାର ବହୁଳ ନ ଥିବାରୁ ବାଲେଶ୍ୱର ଚାରୁ ଓ କାରୁ କଳା ମହାବିଦ୍ୟାଳୟ ସିରାମିକ୍ର ପ୍ରସାର ପାଇଁ କର୍ମଶାଳାର ଆୟୋଜନ କରିଛି । ଉକ୍ତ କର୍ମଶାଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଆଗରୁ ସିରାମିକ୍୍ ମାଧ୍ୟମରେ କପ ପ୍ଲେଟ୍ ତିଆରି କରାଯାଇଥିଲା । ମାତ୍ର ଉକ୍ତ କର୍ମଶାଳାରେ ଫକୀରମୋହନ ଓ ଅବଦୁଲ କାଲାମଙ୍କର ପ୍ରତିମୂର୍ତ୍ତି ତିଆରି କରାଯିବାର ପ୍ରୟାସ କରାଯିବ । ପ୍ରଫେସର ଶ୍ରୀ ଜାନା, କଳାକ୍ଷେତ୍ରର ଅଧ୍ୟାପକ ଦୈତାରୀ ବେହେରା, ଶ୍ରୀକୃଷ୍ଣ ପାତ୍ର କର୍ମଶାଳାରେ ଛାତ୍ରୀଛାତ୍ରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି କର୍ମଶାଳାରେ କଲିକତା ମହାବିଦ୍ୟାଳୟରୁ ୮ଜଣ ଛାତ୍ରୀ ଓ ୩ଜଣ ଛାତ୍ର ଯୋଗଦେଇ ଥିବାବେଳେ ବାଲେଶ୍ୱର ଚାରୁ ଓ କାରୁ କଳା ମହାବିଦ୍ୟାଳୟରୁ ୮୦ ଜଣ ଛାତ୍ରୀଛାତ୍ର ଯୋଗଦେଇଛନ୍ତି । ଅଧ୍ୟାପିକା ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା, ଅଧ୍ୟାପକ ସଂଗିତ ସାମନ୍ତରାୟ, ସୁଧାଂଶୁ ଶେଖର ଯେନା, ଆକାଶ ଦାସ, ଅବନିନ୍ଦ୍ର କର, ହିମାଂଶୁ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
