ବାଲେଶ୍ୱର ଫୁଟବଲ ଲିଗ ଟୁର୍ଣ୍ଣାମେଣ୍ଟ : ପୁରୁଷରେ ବାଲିଆପାଳ ଏମ୍ବିଏସ୍ଏସ୍ ଓ ମହିଳାରେ ଚାନ୍ଦିପୁର ମହିଳା କ୍ଲବ (କ) ଚମ୍ପିୟାନ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ପରମିଟ୍ ପଡ଼ିଆ ଠାରେ ଚାଲିଥିବା ବାଲେଶ୍ୱର ଫୁଟବଲ ଲିଗ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଛି । ଗତ ୧୮ ତାରିଖରୁ ରବିବାର ପର୍ଯ୍ୟନ୍ତ ୩ ଦିନ ଧରି ମହିଳା ଫୁଟବଲ ଲିଗ୍ ଅନୁଷ୍ଠିତ ହୋଇଥିଲା । ଏହି ଲିଗ୍ ମ୍ୟାଚରେ ଚାନ୍ଦିପୁର ମହିଳା ଫୁଟବଲ କ୍ଲବ (କ) ଓ (ଖ) ଦଳ ଏବଂ ଭୀମପୁରା ମହିଳା ଫୁଟବଲ କ୍ଲବ ଦଳ ଅଂଶଗ୍ରହଣ କରିଥିଲେ । ରବିବାର ଚାନ୍ଦିପୁର ମହିଳା ଫୁଟବଲ କ୍ଲବ (କ) ଏବଂ ଭୀମପୁରା ମହିଳା ଫୁଟବଲ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧ ଖେଳ ଗୋଲ ଶୁନ୍ୟ ହେବାରୁ ଚାନ୍ଦିପୁର ମହିଳା ଫୁଟବଲ କ୍ଲବ (କ) ଦଳ ଗୋଲ ଏଭାରେଜରେ ଚମ୍ପିୟାନ ଓ ଭୀମପୁରା ମହିଳା ଫୁଟବଲ କ୍ଲବ ଦଳ ରନର୍ସଅପ୍ ହୋଇଥିଲେ । ଖେଳକୁ ରେଫେରୀ ପ୍ରଦିପ ଦାସ (ବାବୁଲି), ସୁରଜିତ ମହାପାତ୍ର, ଏସ୍ ଫିରଦସ, ପ୍ରଦିପ ଦାସ (କାଳିଆ) ପରିଚାଳନା କରିଥିଲେ । ସେହିପରି ଗତ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାଲିଆପାଳ ଏମ୍ବିଏସ୍ଏସ୍ ଦେଉଳା ପୁରୁଷ ଦଳ ଲିଗ ଚମ୍ପିୟାନ ଓ ମିଶନ ଟାଇଗର ବାଲେଶ୍ୱର ରନର୍ସଅପ୍ ହୋଇଥିଲେ ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ବାଲେଶ୍ୱର ଜିଲା କ୍ରୀଡ଼ା ସଂଘର ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ପୁରୁଷ ଏବଂ ମହିଳା ଲିଗ୍ ମ୍ୟାଚ୍ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଅଧୀପ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରୁଷ ଏବଂ ମହିଳା ଦଳର ଚମ୍ପିୟାନ ଏବଂ ରନର୍ସଅପ୍ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ନିରୋଜ କୁମାର ମହାନ୍ତି ଲିଗ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଏବଂ ମହିଳା ଦଳର ବେଷ୍ଟ ଖେଳାଳୀଙ୍କୁ ଜିଲା କ୍ରୀଡ଼ା ସଂଘର ସଭ୍ୟ ସାଦିକ ଅଲ୍ଲି ଖାଁଙ୍କ ପ୍ରଦତ୍ତ ଟ୍ରଫି ପ୍ରଦାନ କରିଥିଲେ । ଯୁଗ୍ମ ସମ୍ପାଦକ ଜଗଦିଶ ବେହେରା, ଜନ୍ମେଜୟ ଦେ, ଗୋପାଳ ସେଠି, ଅଜିତ ପାତ୍ର, ରବିଦ୍ର ସାହୁ ପ୍ରମୁଖ ସଭ୍ୟଙ୍କ ସହିତ ବହୁ ପୁରାତନ ଖେଳାଳୀ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ।
