ଏବିଭିପି ବାଲେଶ୍ୱର ନଗର ସମ୍ମିଳନୀ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ମାଣିଖମ୍ବ ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଲେଶ୍ୱର ନଗର ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ସତ୍ରର ମୁଖ୍ୟଅତିଥି ଭାବେ ଫକୀରମୋହନ ଚିକିତ୍ସାଳୟ ଇଏନ୍ଟି ବିଭାଗର ସହକାରୀ ପ୍ରାଧ୍ୟାପକ ଡା. ନୀଳମାଧବ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ଭଗବାନ ଦାସ ଖଣ୍ଡେଲୱାଲ, ପୂର୍ବତନ ଅଧ୍ୟାପକ ପ୍ରଭଞ୍ଜନ ପାଢ଼ୀ, ଏବିଭିପି ଓଡ଼ିଶା ପ୍ରଦେଶର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଗତ ବର୍ଷର ନଗର ସହ ସମ୍ପାଦକ ସତ୍ୟବ୍ରତ ମାଝି ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲା ସଂଯୋଜକ ପ୍ରଦୀପ କୁମାର ମଣ୍ଡଳ ମଞ୍ଚ ପରିଚାଳନା କରିଥିଲେ ।
ଦ୍ୱିତୀୟ ସତ୍ରର ବିଭାଗ ସଂଯୋଜକ ରଜତ କୁମାର ପାତ୍ର, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମାହାନ୍ତି ଓ ରାଜ୍ୟ ସହ-ସମ୍ପାଦକ ଅରିଜିତ ପଟ୍ଟନାୟକ ମଞ୍ଚରେ ଉପସ୍ଥିତ ଥିଲେ । ନୂତନ ନଗର ସଭାପତି ରୂପେ ଅଧ୍ୟାପକ ଡ. ବଳଭଦ୍ର ଜେନା ଓ ନଗର ସମ୍ପାଦକ ରୂପେ ସତ୍ୟମ୍ ଦାସ ଦାୟିତ୍ୱ ଗ୍ରହଣ କରିଥିଲେ । ନଗର ସଭାପତି ନୂତନ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ । ଶେଷରେ ନଗର ସମ୍ପାଦକ ସତ୍ୟମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିଳାଷ ସିଂ, ଦିଲୀପ ଜେନା, ଅସୀମ ରଞ୍ଜନ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
