ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କରେ ମହତାବ ଜୟନ୍ତୀ
ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରେ ୧୨୩ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତ ହୋଇଯାଇଛି । ଏକାମ୍ର ସଂଘଠନ ଓ ମହତାବ ଜୟନ୍ତୀ କମିଟି ମିଳିତରେ ଏହି ଜୟନ୍ତୀ ପାଳନ କରାଯିବା ସହ ଏକ ସଭା ଅନୁଷ୍ଠିତ ହୋଇଥିଲା । ମହତାବ ଜେଣ ଏକାଧାରାରେ ବହୁ ପ୍ରତିଭାର ଅଧିକାରୀଥିଲେ । ସେ ସର୍ବଦା ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଥିଲେ । ପୂଜ୍ୟପୂଜା ପରମ୍ପରା ବଜାୟ ରଖିବାକୁ ଏହି ଜୟନ୍ତୀ ପାଳନ ବୋଲି ସଭାରେ ଯୋଗଦେଇଥିବା ବକ୍ତାମାନେ ମତ ପୋଷଣ କରିଥିଲେ । ଏକାମ୍ର ସଂଘଠନର ସଭାପତି ଅମୀୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ବିଧାୟକ ସୁରେଶ କୁମାର ରାଉତରାୟ, କର୍ପୋରେଟର ଶିବପ୍ରସାଦ ବେହେରା, ଶିବ ନାରାୟଣ ରାୟ ଓ ୧୦ଜଣ ମୁରବୀ ସାମିଲ ହୋଇ ସ୍ମୃତି ଚାରଣ କରିଥିଲେ ।
