ବାଲେଶ୍ବର ଜିଲ୍ଲାପାଳଙ୍କୁ ଆଉଟସୋର୍ସିଂ କର୍ମଚାରୀ ସଂଘର ସ୍ମାରକପତ୍ର ପ୍ରଦାନ
ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ଆଉଟସୋର୍ସିଂ କର୍ମଚାରୀଙ୍କ ଦ୍ୱାରା ଆଜି ସରକାରଙ୍କ ଉଦାସୀନତା ବିରୁଦ୍ଧରେ ଜିଲ୍ଲାପାଳ ଶ୍ରୀ ଦତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା କର୍ମଚାରୀଙ୍କ ଚାକିରୀ ନିୟମିତ କରି ଠିକା ବ୍ୟବସ୍ଥା ଉଛେଦ ହେଲା ବୋଲି ଘୋଷଣା କରିଛନ୍ତି,ହେଲେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଉପେକ୍ଷା କରାଯାଇଛି । ବର୍ତ୍ତମାନ ବଜାର ଦର ଅନୁସାରେ ମାତ୍ର ୮ ରୁ ୧୦ ହଜାର ଟଙ୍କା ଦରମାରେ ଚଳିବା କଷ୍ଟକର । ସେପଟେ ସମାନ କାମକୁ ସମାନ ସମୟ ଦେଇ ଅନ୍ୟ କର୍ମଚାରୀମାନଙ୍କୁ ୫୦ ହଜାରରୁ ଉର୍ଦ୍ଧ୍ବ ଦରମା ପ୍ରଦାନ କରାଯାଉଛି । ଏ ନେଇ ସଂଘ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛି । ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ, ସ୍ଥାୟୀ ନିଯୁକ୍ତି ଓ ଚାକିରୀରୁ ବହିଷ୍କାର ନ କରିବା ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ପ୍ରଶାନ୍ତ ବେହେରା ସମେତ ଉପସଭାପତି ଦେବାଶିଷ ଜେନା,ସୋସିଆଲ ମିଡ଼ିଆ ସଂଯୋଜକ ସାନୁ କୁମାର ଶାସମଲ, ହିମାଂଶୁ ବାରିକ,ଚନ୍ଦନ ବାରିକ,ସଂଗ୍ରାମ ପଣ୍ଡିତ, ଲୋକନାଥ ମହନ୍ତ, ଦେବ ପ୍ରସାଦ ମହାନ୍ତି, ନିରଂଜନ କର,ବିଜୟ ନାୟକ,ଜ୍ୟୋତିର୍ମୟ ତ୍ରିପାଠୀ, ଜୟନ୍ତ ଜେନା,ଅଶୋକ ଗିରି,ରାଜେନ୍ଦ୍ର ମାହାଲ ପ୍ରମୁଖ ଉପସ୍ଥିତ ଥିଲେ ।
