ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସାମଜିକ ସମୀକ୍ଷା
ପୁରୀ : ଜାତୀୟ ସହରାଞ୍ଛଳ ଉନ୍ନୟନ ସଂସ୍ଥା (ଡ଼ୁଡ଼ା) ଓ ପୁରୀ ପୌରସଂସ୍ଥାର ମିଳିତ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଏକ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହିତାଧିକାରମାନେ କିପରି ସୁରୁଖୁରୁରେ ଯୋଜନା ସଚେତନତା ହୋଇପାରିବେ ଓ ସଫଳ ରୂପାୟନ ପାଇଁ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ବିଭିନ୍ନ କମିଟି ଗଠନ ହେବା ସହ ବିଭିନ୍ନ ଅଞ୍ଛଳ ଓ ବସ୍ତି ପରିଦର୍ଶନ କରି ଯୋଜନା ସମ୍ପର୍କରେ ତଥ୍ୟ ଲିପିବଦ୍ଧ କରାଯାଇଥିଲା । ଅନେକ ପ୍ରସ୍ତାବ ମଧ୍ୟ ହିତାଧିକାରୀମାନେ ପ୍ରଦାନ କରିଥିଲେ । ସ୍ୱଂୟ ସହାୟକ ଗୋଷ୍ଠୀ,ହିତାଧିକାରୀ,ସଂପୃକ୍ତ ଅଧିକାରୀ ଓ ଟିମ୍ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ବୈଠକରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ସରୋଜ କୁମାର ସ୍ୱାଇଁ ,ଡ଼ୁଡ଼ା କର୍ମଚାରୀ,ରାଜ୍ୟରୁ ଆସିଥିବା ଅଧିକାରୀ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ।
