ତାପୁଣ୍ଡିଆ କୁଞ୍ଜ ବିହାରୀ କୃପାସିନ୍ଧୁ ଉଚ୍ଚ ବିଦ୍ଯାଳୟରେ ସୁବର୍ଣ୍ଣ ଜୟନ୍ତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ର ତାପୁଣ୍ଡିଆ କୁଞ୍ଜ ବିହାରୀ କୃପାସିନ୍ଧୁ ଉଚ୍ଚ ବିଦ୍ଯାଳୟ ସବର୍ଣ୍ଣ ଜୟନ୍ତିର ପ୍ରସ୍ତୁତି ବୈଠକ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପୂର୍ବତନ ଛାତ୍ର ଡ.ପୁରୁଷତ୍ତମ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରସ୍ତୁତ ବୈଠକ ରେ ସୁବର୍ଣ୍ଣ ଜୟନ୍ତିର ସ୍ମରଣିକା ପ୍ରକାଶ , ଯାଞ୍ଚ କମିଟି ଗଠନ, ସୁବର୍ଣ୍ଣ ଜୟନ୍ତୀ କୋଷାଧ୍ୟକ୍ଷ ଚୟନ ଆଦି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯାଇ ସ୍ଥିର କରାଯାଉଥିଲା । ସୁବର୍ଣ୍ଣ ଜୟନ୍ତି କମିଟିର ସ୍ଥାୟୀ ସଭାପତି ଭାବର ଭଗୀରଥ ଗିରି ,ଉପ ସଭାପତି ସୁଧାଂଶୁ ଶେଖର ବିଶ୍ବାଳ ,ସାଧାରଣ ସମ୍ପାଦକ ମନ୍ମଥ ଦାସ , ସହସମ୍ପାଦକ ବିଜୟ କୁମାର ବାରିକ ,ସଂଯୋଜକ ପରମାନନ୍ଦ ଦେ, କୋଷାଧକ୍ଷ ସୁମନ୍ତ ଗିରିଙ୍କୁ ମନୋନୟନ କରାଯାଉଥିବା ବେଳେ ଶିବ ପ୍ରସାଦ ଅଣ୍ଡିଆ , ମହେଶ୍ବର ରାଉତ , ସୁର୍ଦଶନ ଦାସ , ଅମୂଲ୍ଯ ପ୍ରଧାନ , ଚିନ୍ମୟ କୁମାର ପାଳ , ଜଗନ୍ନାଥ ବିଶ୍ବାଳ ,ବିଦ୍ଯାଳୟ କମିଟିର ସଭାପତି ଦିନେଶ କୁମାର ଗିରି , ସୁଶାନ୍ତ ରାଉତ, ଗଦାଧର ପ୍ରଧାନ , ଅବସରପ୍ରାପ୍ତ ଅଧ୍ୟାପକ ହରିଶ ଚନ୍ଦ୍ର ଗିରି , ସୁରେନ୍ଦ୍ର ନାଥ ଗିରି , ବିମ୍ବାଧର ନନ୍ଦି ,ଆଦି ଉପସ୍ଥିତ ରହି ନିଜର ବହୁମୂଲ୍ଯ ମତାମତ ରଖିଥିଲେ । ତେବେ ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତି ଅବସରେ ରେ ବିଘ୍ନ ବିନାୟକ ଶ୍ରୀ ଗଣେଷ ଓ ବିଦ୍ୟା ଦାତ୍ରୀ ମାଆ ସରସ୍ୱତୀ ଙ୍କ ବିଗ୍ରହ ବିଦ୍ୟାଳୟ ପରିସରରେ ପରତିଷ୍ଠା କରାଯିବାର ସିଦ୍ଧାନ୍ତ ନିଆଯାଇଥିଲା।
