୩ମାସ ଧରି ପଣସ ଗଛରେ ଉଡୁଛି ଜାତୀୟ ପତାକା
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ପଣସ ଗଛରେ ଦୀର୍ଘ ୩ ମାସ ଧରି ଏକ ଜାତୀୟ ପତାକା ଉଡୁଛି । ଏହା ଜାତୀୟ ପତାକାକୁ ସମ୍ପୂର୍ଣ୍ଣ ରୂପେ ଅବମାନନା କରାଯାଇଥିବା ନେଇ ଚର୍ଚ୍ଚା ଚାଲିଛି ।
ପ୍ରତିଦିନ ଶହ ଶହ ନିର୍ବାଚିତ ପ୍ରତିନିଧି, ସାଧାରଣ ଜନତା, ସମସ୍ତ ପଦାଧିକାରୀ ଅଫିସରମାନେ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଗଛରେ ବନ୍ଧା ହୋଇଥିବା ଜାତୀୟ ପତାକାକୁ କିପରି କାହାର ନଜରର ପଡୁ ନାହିଁ ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବ୍ଲକ କାର୍ଯ୍ୟାଳୟକୁ ବାଲେଶ୍ୱର ଜିଲାପାଳ, ପିଡି, ଜିଲାର ପ୍ରମୁଖ ଅଧିକାରୀମାନେ ଏଠାକୁ ଆସୁଥିବା ବେଳେ ବ୍ଲକର ବିଡିଓ ଉକ୍ତ ଜାତୀୟ ପତାକାକୁ ଦେଖିପାରୁ ନାହାନ୍ତି ନା ଦେଖିକି ଜାତୀୟ ପତାକାକୁ ଅସମ୍ମାନ କରୁଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ତଦନ୍ତ ପାଇଁ ଦାବୀ ହେଉଛି । ଉକ୍ତ ଘଟଣାକୁ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
