ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ମଧ୍ୟବର୍ତୀକାଳୀନ ଆକଳନ ଆରମ୍ଭ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୧୧ ତାରିଖଠାରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ୫୦ଟି କାର୍ଯ୍ୟ ଦିବସ ସମ୍ବଳିତ ଏହି କାର୍ଯ୍ୟକ୍ରମରେ ଗଣିତ, ଇଂରାଜୀ, ବିଜ୍ଞାନ ଏବଂ ଓଡିଆ (କେବଳ ତୃତୀୟ ଶ୍ରେଣୀ ପାଇଁ) ବିଷୟର ଅଭ୍ୟାସ କାର୍ଯ୍ୟ ପୁସ୍ତିକା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛି । ଏଥି ନିମନ୍ତେ ଦିବସ ଅନୁଯାୟୀ କାର୍ଯ୍ୟସୂଚୀ ଶିକ୍ଷକମାନଙ୍କୁ ତାଲିମ ପଦାନ କରାଯାଇଛି । ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭିକ ମାନ ନିର୍ଦ୍ଧାରଣ କରାଯାଇଛି ।
କାର୍ଯ୍ୟକ୍ରମର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ କ୍ଲଷ୍ଟର ସ୍ତରରେ ତଦାରଖ ପାଇଁ ମନୋନୀତ ସଂସ୍ଥା ଦ୍ୱାରା ୱେବ ପୋର୍ଟାଲଏବଂ ମୋବାଇଲ ଆପ୍ ର ବ୍ୟବହାର କରାଯାଉଛି । ଏହାର ସଠିକ ବ୍ୟବହାର ନିମନ୍ତେ ଜିଲ୍ଲା ସ୍ତରର ଅଧିକାରୀ ତଥା ସଂଯୋଜକମାନଙ୍କୁ ତାଲିମ ଦିିଆଯାଇଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ଜିଲ୍ଲା ସ୍ତରର ଉଜଗ ବୈଠକରେ ଆଲୋଚନା ପାଇଁ ନିର୍ଦ୍ଦେଶ ଦିିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟବର୍ତୀକାଳୀନ ଆକଳନ ଏବଂ ଅନ୍ତିମକାଳୀନ ଆକଳନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ମଧ୍ୟବର୍ତୀକାଳୀନ ଆକଳନ ତା. ୧୭.୧୧.୨୨ ରିଖଠାରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛି । ଏହି ଆକଳନ ତା. ୧୯.୧୧.୨୨ ରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟମାନଙ୍କରେ କରାଯିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।
