କୁଦମାନସିଂ ବୋଇତ ବନ୍ଦାଣ ଓ ରାହାସ ଉତ୍ସବ ଉଦ୍ଯାପିତ
ଆଞ୍ଚଳିକ କବାଡ଼ି ଟୁର୍ଣ୍ଣାମେଣ୍ଟରେ ବାଲିଆପାଳ ଦଳ ଚମ୍ପିୟାନ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ କୂଳସ୍ଥ କୁଦମାନସିଂ ରାହାସ ପଡ଼ିଆ ଠାରେ ଚାଳିତ ମାସ ୪ ତାରିଖରୁ ଚାଲିଥିବା ୩୬ ତମ ବୋଇତ ବନ୍ଦାଣ ଓ ରାହାସ ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଂଚଳିକ କବାଡି ଟୁର୍ଣ୍ଣାମେଣ୍ଟରେ ବାଲିଆପାଳ କବାଡି ଦଳ ସିମୁଳିଆ କବାଡି ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ଏହି ବୋଇତ ବନ୍ଦାଣ ଉତ୍ସବରେ ଆଞ୍ଚଳିକ କବାଡି ଟୁର୍ଣ୍ଣାମେଣ୍ଟ ସହିତ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା ବର୍ଗ ର କବାଡ଼ି ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ ମହିଳା କବାଡି ଖେଳରେ ଭୁବନେଶ୍ୱରର କିଟ ବିଶ୍ୱବିଦ୍ୟାଳୟ ଯାଜପୁର ଦଳକୁ କୁ ହରାଇ ଚମ୍ପିୟାନ ହୋଇଥିଲା । ଏଥିରେ ୪ଟି ଦଳ ଅଂଶ୍ରହଣ କରିଥିବା ବେଳେ ପୁରୁଷ ବର୍ଗର ଖେଳରେ ୬ଟି ଦଳ ଅଂଶ୍ରହଣ କରିଥିଲେ । ରାଜ୍ୟ ସ୍ତରୀୟ ପୁରୁଷ ଖେଳରେ ଯାଜପୁର ଦଳ ବାଲିଆପାଳ ଦଳକୁ ହରାଇ ଚମ୍ପିୟାନ ହୋଇଥିଲା ।
ରିଶେଷରେ ଆଞ୍ଚଳିକ ଖେଳରେ ବାଲିଆପାଳ ଦଳ ସିମୁଳିଆ ଦଳକୁ ହରାଇ ଚମ୍ପିୟାନ ହୋଇଛି । ଆଞ୍ଚଳିକ ସ୍ତରରେ ହେଉଥିବା ଖେଳରେ ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ । କାର୍ତ୍ତିକ ଭଞ୍ଜ ଏବଂ ହେମନ୍ତ ପରିଡ଼ା ଖେଳ ପରିଚାଳନା କରୁଥିଲେ । ଉଦ୍ଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସାମାଜିକ କର୍ମୀ ଜଗନ୍ନାଥ ବାରିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରବୀର ସି ଏବଂ ସନ୍ତୋଷ ଦାସ ଯୋଗ ଦେଇ ଚମ୍ପିୟାନ ଦଳକୁ କପ୍ ପ୍ରଦାନ କରିଥିଲେ । ପୂଜା କମିଟିର ସଭାପତି ମହେଶ୍ୱର ଜେନା, କମିଟିର ସମ୍ପାଦକ ପ୍ରତାପ ପାତ୍ର, ଗାଁ ମୁଖିଆ ଅରୁଣ କୁମାର ପାତ୍ର ପ୍ରମୁଖ ଏହାକୁ ତତ୍ତ୍ୱାବଧାନ କରିଥିବାବେଳେ ରଘୁନାଥ ଜେନା, ଚିତ୍ତରଞ୍ଜନ ପାତ୍ର, ସଞ୍ଜୀବ ମହାଳିକ, ସନ୍ତୋଷ ପାତ୍ର, ସୁବୋଧ ପାତ୍ର, ରଘୁନାଥ ପାତ୍ର ଏବଂ ରାହାସ କମିଟିର ସମସ୍ତ ସଦସ୍ୟ ଗ୍ରାମବାସୀ ଏଥିରେ ସହଯୋଗରେ କରିଥିଲେ ।
