ବାଲେଶ୍ୱର ଜିଲାରେ ହସ୍ତଶିଳ୍ପ ରଥ ପରିକ୍ରମା ଶୁଭାରମ୍ଭ
ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ମହକୁମାରେ ଅବସ୍ଥିତ ସରକାରୀ ଆଇଟିଆଇ ପଡ଼ିଆ ଠାରେ ଆସନ୍ତା ନଭେମ୍ବର ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ‘ଗାନ୍ଧୀ ଶିଳ୍ପ ବଜାର-୨୦୨୨’ ଉପଲକ୍ଷେ ପ୍ରଦର୍ଶନୀ କମିଟିର ସଭାପତି ଡ. ସତ୍ୟନାରାୟଣ ସିଂହ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ହସ୍ତଶିଳ୍ପ ରଥ ପରିକ୍ରମା ନିମନ୍ତେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ରଥ ୧୦ଦିନ ଧରି ଜିଲାର ବିଭିନ୍ନ ଗ୍ରାମର ହସ୍ତଶିଳ୍ପ କାରିଗର ଓ ଜନସାଧାରଣଙ୍କ ପାଖରେ ପହଞ୍ôଚ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିବ । ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ, ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ବିଭାଗ ସୌଜନରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଦର୍ଶନୀରେ ସମସ୍ତ ପରିବାରର ସଦସ୍ୟାସଦସ୍ୟ ବହୁ ସଂଖ୍ୟାରେ ଯୋଗଦେଇ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ କ୍ରୟ ବିକ୍ରିୟର ସୂଯୋଗ ନେଇପାରିବେ ।
ହସ୍ତଶିଳ୍ପ ପ୍ରଦର୍ଶନୀର ପ୍ରଥମ ସନ୍ଧ୍ୟାରେ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଣୁ ବହୁ ସଂଖ୍ୟାରେ ଜିଲାବାସୀ ଉକ୍ତ ପ୍ରଦର୍ଶନୀରେ ଯୋଗଦେଇ ବାଲେଶ୍ୱର ଜିଲାର ମାନବୃଦ୍ଧି କରିବା ସଙ୍ଗେ ସଙ୍ଗେ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଡୋଭ୍ର ସମ୍ପାଦକ ଅନିଲ କୁମାର ମିଶ୍ର ଅନୁରୋଧ କରିଛନ୍ତି ।
