ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ହତ୍ୟା ମାମଲା : ଅଭିଯୁକ୍ତର ପୋଲିସ ରିମାଣ୍ଡ ଆଉ ୫ ଦିନ ବୃଦ୍ଧି
New Delhi, Nov 14 (ANI): Delhi Police arrested a man, Aftab Amin Poonawalla, in the allegations of chopping his live-in partner, Shraddha Walker, on Monday, as per report, the accused had watched many crime movies and web series for disposing of her body at the different places in Delhi. (ANI Photo)
ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ କୋର୍ଟ ଅଭିଯୁକ୍ତ ଆଫତାବ୍ ଆମିନ୍ ପୁନାୱାଲାଙ୍କ ପୋଲିସ ରିମାଣ୍ଡକୁ ଆଉ ପାଞ୍ଚ ଦିନ ବଢ଼ାଇଛନ୍ତି । ପୋଲିସ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ସାକେତ୍ କୋର୍ଟରେ ହାଜର କରାଯାଇଥିଲା ।
ସୁରକ୍ଷା ଏବଂ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ଜରିଆରେ ଆଫତାବଙ୍କୁ ହାଜର କରିବା ନେଇ ପୋଲିସର ଆବେଦନକୁ କୋର୍ଟ ଅନୁମୋଦନ କରିଥିଲେ । ଭିଡିଓ କନଫରେନ୍ସିଂ ସମ୍ପର୍କରେ ତାଙ୍କୁ ହାଜର ନେଇ ପୋଲିସ କହିଛି ଯେ ଶ୍ରଦ୍ଧାଙ୍କ ହତ୍ୟା ନେଇ ସାଧାରଣରେ ତୀବ୍ର ଉତ୍ତେଜନା ଓ ପ୍ରତିକ୍ରିୟା ପ୍ରକାଶ ପାଇଥିବାରୁ କୋର୍ଟ ପରିସରରେ ଆଫତାବଙ୍କ ଉପରେ ଆକ୍ରମଣ ହୋଇପାରେ।
ସୂଚନା ଅନୁଯାୟୀ, ଯାଞ୍ଚ ପାଇଁ ପୋଲିସ ଆଫତାବଙ୍କୁ ଉତ୍ତର ପ୍ରଦେଶ ଏବଂ ହିମାଚଳକୁ ନେବାକୁ ଚାହୁଁଛି । ଅଭିଯୁକ୍ତ ଆଫତାବ ନାର୍କୋ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି । ଆଜି ସାକେତ୍ କୋର୍ଟର ଓକିଲମାନେ ‘ହ୍ୟାଙ୍ଗ୍ ଆଫତାବ୍’ ସ୍ଲୋଗାନ ଦେଇଥିଲେ।
ପୋଲିସ ଦାବି କରିଛି ଯେ ଶ୍ରଦ୍ଧାଙ୍କ ସହ ଲିଭ୍ଇନ୍ ସମ୍ପର୍କରେ ଥିବା ଆଫତାବ୍ ପୁନାୱାଲା ହିଁ ତାଙ୍କ ହତ୍ୟାକାରୀ । ସେ ପ୍ରାୟ ୬ ମାସ ତଳେ ଅର୍ଥାତ୍ ମେ ୧୮ରେ ଶ୍ରଦ୍ଧାଙ୍କୁ ଦିଲ୍ଲୀର ମେହରୌଲି ସ୍ଥିତ ଫ୍ଲାଟରେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୩୫ ଖଣ୍ଡ କରି ୧୮ ଦିନ ଧରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ । ଶ୍ରଦ୍ଧା ଏବଂ ଆଫତାବ ଲିଭ୍-ଇନ୍ ସଂପର୍କରେ ଥିଲେ ଏବଂ ଶ୍ରଦ୍ଧାଙ୍କ ପରିବାରର ବିରୋଧ ପରେ ମୁମ୍ବାଇରୁ ଆସି ଦିଲ୍ଲୀରେ ରହୁଥିଲେ।
