ପିପିଲିରେ ମିଡିଆ ହାଉସ କାର୍ଯ୍ୟଳୟ ଉଦଘାଟିତ
ପିପିଲି : ଜାତୀୟ ପ୍ରେସ ଦିବସ ଅବସରରେ ମିଡିଆ ହାଉସ କାର୍ଯ୍ୟଳୟ ପିପିଲିରେ ଉଦଘାଟିତ ହୋଇଅଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ଧର୍ମପତ୍ନୀ ତଥା ସମାଜସେବୀ ଜାଗୃତି ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବିଶେଷ କରି ନିଷ୍ଠାପର ଭାବରେ ଖବର ପରିବେଷଣ କରିବା ପାଇଁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ଜନ ସାଧାରଣ ଙ୍କ ପାଖରେ ପହଞ୍ଚାଇବା ର ସାମ୍ବାଦିକ ମାନେ ହେଲର ମୁଖ୍ୟ ମାଧ୍ୟମ ବୋଲି କହିଥିଲେ । ବିଶେଷ କରି ପିପିଲି ରେ ଆୟୋଜିତ ପ୍ରେସ ଦିବସ ଗୁଡ଼ିକ ରେ ଯୋଗ ଦାନ କରିଥିବା ସମସ୍ତ ସାମ୍ୱାଦିକ ମାନଙ୍କୁ ତାଙ୍କର ନିଷ୍ଠା ପର ସେବା ପାଇଁ ସାଧୁବାଦ ଜଣାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପିପିଲି ବ୍ଲକ ଅଧକ୍ଷା ଦେଵଶ୍ବିନୀ ନନ୍ଦ, ପିପିଲି ଏନ ଏ ଏସି ଅଧ୍ୟକ୍ଷ ସେକ ବାବୁ, ବିଜେଡି ରାଜ୍ୟ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ଏନ ଏ ଏସି ଉପାଧ୍ୟକ୍ଷ ଭାଗ୍ୟବତୀ ମହାରଣା, ବିଜେଡି ନେତା ଯୁଧିଷ୍ଠିର ସ୍ଵାଇଁ ପିପିଲି ବ୍ଲକ ଆତ୍ମା ଅଧକ୍ଷ ପ୍ରକାଶ କୁମାର ଧଳ ,ବିଧାୟକ ଙ୍କ ପ୍ରତିନିଧି ଗନ୍ଧର୍ବ ପରିଡା କାଉନସିଲର, ଡକ୍ଟରବିଭୁତି ଭୂଷଣ ଜେନା, ସମାଜସେବୀ ମନୋ ରଂଜନ ପରିଡା, ପୂର୍ବତନ ସରପଞ୍ଚ ଅଜୟ ଲେଙ୍କା ପ୍ରମୁଖ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ମିଡ଼ିଆ ହାଉସ ର ଶୁଭକାମନା କରିଥିଲେ । ପିପିଲି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବୈଦୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧିମାନେ ମାନେ ଯୋଗ ଦେଇଥିଲେ। ବୈଦ୍ୟୁତିକ ଗଣ ମାଧ୍ୟମ ପ୍ରତିନିଧି ଦେବାଶିଷ ସିଂ ରାୟନ, ସଞ୍ଜୟ ପ୍ରଧାନ, ଦୁର୍ଗା ଚରଣ ନାୟକ ,ବିରଂଜନ ମଲିକ, ପ୍ରଶାନ୍ତ ମହାରଣା, ଜୟନ୍ତ ସେଠୀ, ପ୍ରଶାନ୍ତ ଦାସ,ବିଦ୍ୟାଧର ପରିଡ଼ା, ସମୀର ବଳିୟାର ସିଂ, ଅଭିନାଶ ଦାସ୍ୱ, ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
