ଗଡ଼ପୋଖରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶତ୍ରୁଘ୍ନ ଦାସଙ୍କ ପୌରହିତ୍ୟ କରିଥିଲେ । ଏଥିରେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ମାନସିକ ଚାପରୁ ମୁକ୍ତି ଦେବାକୁ ଅବିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ସାଧନ ସଂଯୋଜକ ଶ୍ରୀଧର ବେହେରା ମୁଖ୍ୟବକ୍ତା,ଏବିଇଓ ଗୌରାଙ୍ଗ ମହାପାତ୍ର ଓ ହେମନ୍ତ ମିଶ୍ର,ଓଲୋଷ୍ଟା ବ୍ଲକ ସଭାପତି ପ୍ରଫୁଲ୍ଲ ଦାସ,ପ୍ରାକ୍ତନ ସଭାପତି ଦାମୋଦର ସେଣ୍ଡ,ସରପଞ୍ଚ ଟିକିରାଣି ସେଠୀ,ସମିତି ସଭ୍ୟ ଶତ୍ରୁଘ୍ନ ସେଠୀ,ପ୍ରାକ୍ତନ ପ୍ରଧାନଶିକ୍ଷକ ସୁକାନ୍ତ ଜେନା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଅରୁଣ କୁମାର ଅରୁଣ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିକଟରେ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ପରେଶ ଦକ୍ଷିଣରାୟଙ୍କୁ ସମ୍ବର୍ଦ୍ଧୀତ କରାଯାଇଥିଲା ।
