ମା’ ହେବାର ସପ୍ତାହକ ପରେ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ! ଏହିଦିନ ପରଦାକୁ ଆସିବ ‘ରକି ଔର ରାନୀକି ପ୍ରେମ କାହାଣୀ’
ମୁମ୍ବାଇ : ନିକଟରେ ମା’ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ତାଙ୍କ ପ୍ରଥମ ସନ୍ତାନକୁ ଚଳିତ ମାସ ୬ତାରିଖରେ ଜନ୍ମ ଦେଇଥିଲେ। ଯାହାକୁ ନେଇ ଆଲିଆ ଓ ରଣବୀରଙ୍କୁ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ହେଲେ ମାଆ ହେବା ପରେ ପୁଣି ଥରେ ପରଦାକୁ ଫେରିଛନ୍ତି ଆଲିଆ । ସେ ତାଙ୍କ ଫ୍ୟାନ୍ସଙ୍କୁ ଆଉ ଏକ ଗୁଡ ନ୍ୟୁଜ୍ ମଧ୍ୟ ଦେଇଛନ୍ତି । ଆଲିଆଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀକି ପ୍ରେମ କାହାଣୀ’ ଫିଲ୍ମଟି ଖୁବଶୀଘ୍ର ପରଦାକୁ ଆସୁଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ ନଜର ଆସିବେ। ଏହି ଷ୍ଟାରମାନଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ବିଶେଷ କଥା ହେଉଛି କରଣ ଜୋହର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଦୀର୍ଘ ସମୟ ପରେ କରଣ ନିର୍ଦ୍ଦେଶକ ଭାବରେ ବଲିଉଡକୁ ଫେରୁଛନ୍ତି ।
ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ଆଲିଆ ଭଟ୍ଟ, ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଆଲିଆ ଏକ ଚିଠିର ଫଟୋ ସେୟାର କରି ଫିଲ୍ମ ‘ରକି ଔର ରାନୀକି ପ୍ରେମ କାହାଣୀ’ ରିଲିଜ ତାରିଖ ଘୋଷଣା କରିଛନ୍ତି। କେବଳ ଆଲିଆ ନୁହେଁ, କରଣ ଜୋହର ଏବଂ ରଣଭୀର ସିଂ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟ ସେୟାର କରି ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି।
ଆଲିଆ ଏହି ଚିଠିକୁ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପୋଷ୍ଟ କରିଛନ୍ତି। ଆଲିଆ ଲେଖିଛନ୍ତି- ‘୭ବର୍ଷ ପରେ ଏବେ ସମୟ ଆସିଯାଇଛି। ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ମୁଁ ଜଣେ ନୁହେଁ ଅନେକ ମହାନ ଅଭିନେତାଙ୍କ ସହ କାମ କରିଛି ‘ । ଏହି କାହାଣୀ ଆମ ପରମ୍ପରାର ମୂଳକୁ ଛୁଏଁ ଏବଂ ଏହାର ସଂଗୀତ ହୃଦୟକୁ ସ୍ପର୍ଶ କରେ । ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ପପକର୍ଣ୍ଣ କିଣନ୍ତୁ ଏବଂ ବଡ ପରଦାରେ ମନୋରଞ୍ଜନକୁ ଅନୁଭବ କରିବାର ସମୟ ଆସିଛି । ଆମ ଚଳଚ୍ଚିତ୍ର ୨୮ ଏପ୍ରିଲ ୨୦୨୩ ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ‘ରକି ଔର ରାନୀକି ପ୍ରେମ କାହାଣୀ ‘ ଫିଲ୍ମ ପାଇଁ କରଣ ଜୋହର ଏକ କବିତା ଲେଖିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
କହିବାକୁ ଗଲେ ଆଲିଆ ମଧ୍ୟ ଗର୍ଭାବସ୍ଥାରେ ଏହି ଫିଲ୍ମର ସୁଟିଂ କରିଥିଲେ । ସୁଟିଂ ଶେଷ ହେବା ପରେ ଅଭିନେତ୍ରୀଙ୍କ ସହ ଏକ ବଡ଼ ଉତ୍ସବ ସେଲିବ୍ରେସନ କରାଯାଇଥିଲା। ଆଲିଆ ଏବଂ ରଣବୀରଙ୍କ ଏହା ଦ୍ୱିତୀୟ ଫିଲ୍ମ । ଏହାପୂର୍ବରୁ ଉଭୟ ଗୁଲି ବଏ ଫିଲ୍ମରେ ଏକାଠି କାମ କରିଛନ୍ତି।
