ସମୁଦ୍ର ଦିଷିଦ୍ଧାଞ୍ଛଳରେ ବୁଲୁଛି ଟ୍ରଲର; ନିଘୋଡ଼ ନିଦ୍ରାରେ ବନ ବିଭାଗ ଓ ମତ୍ସ୍ୟ ବିଭାଗ
ପୁରୀ : ଅଲିଭ ରିଡ଼ଲେ କଇଁଚଙ୍କ ପ୍ରଜଜନ ଓ ଅଣ୍ଡାଦାନ ପାଇଁ ନଭେମ୍ବର ପ୍ରଥମ ସପ୍ତାହରୁ ମେ ମାସ ପର୍ଯ୍ୟନ୍ତ ୭ ମାସ ଧରି ସମୁଦ୍ର କୂଳରୁ ୫ କିଲୋମିଟର ଭିତରେ ଟ୍ରଲର ଓ ମେସିନ ଡ଼ଙ୍ଗା ଚଳାଚଳ ନକରିବା ପାଇଁ ମତ୍ସ୍ୟ ବିଭାଗ ଓ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ମାତ୍ର ଏବେ ଦେଖା ଦେଉଛି ଚନ୍ଦ୍ରଭାଗା, କୁଶଭଦ୍ରା ନଦୀକୂଳ, ଅସ୍ତରଙ୍ଗ, ବେଲେଶ୍ୱର, ନୂଆନଇ, ବାଲିହରଚଣ୍ଡୀ ଓ ଅରଖକୁଦା ନିକଟ ସମୁଦ୍ରରେ ଲୁଚିଛପି କେତେକ ଟ୍ରଲର ଓ ମେସିନ ଡ଼ଙ୍ଗା ମାଛ ଧରୁଥିବା ଅଭିଯୋଗ ହୋଇଛି ।
ନଭେମ୍ବର ମାସରୁ ମାର୍ଚ୍ଚ ମଧ୍ୟରେ କଇଁଚମାନେ ପ୍ରଜଜନ କରିଥାନ୍ତି । ମତ୍ସ୍ୟଜୀବୀମାନେ ଓ ଡ଼ଙ୍ଗାମାଲିକଙ୍କୁ ଏହି ସମୟ ପାଇଁ ଆର୍ଥିକ ପ୍ରତ୍ସୋହନ ଦିଆଯାଇଥାଏ । ମେସିନ ଡ଼ଙ୍ଗା ଓ ଟ୍ରଲର ଚାଲିବା ଯୋଗୁଁ ହଜାର ହଜାର କଇଁଚ ମରି କୂଳରେ ଲାଗୁଥିବା ବିଗତ ବର୍ଷରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ନିର୍ଦ୍ଦେଶନାମା ଜାରିକରି ବନ ବିଭାଗ ଓ ମତ୍ସ୍ୟ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ମେରାଇନ ପୋଲିସ ମଝିରେ ମଝିରେ ରୋଲବାଡ଼ି ଧରି ବୁଲି ଆସୁଥିôବା ଲୋକେ କହୁଛନ୍ତି । ଚିଲିକାରେ ପକ୍ଷୀ ସୁରକ୍ଷା ପରି କଇଁଚ ସୁରକ୍ଷା ଟିମ୍ ପ୍ରଶାସନ ସୁବିଧା ଯୋଗାଇ ଦେଇ କଇଁଚ ସୁରକ୍ଷା କରିବା ପାଇଁ ଦାବି ହେଉଛି ।
