ବିରଳ ପ୍ରଜାତିର ମାଛ ପାନିଆ ଫାଳ, ୩୦ହଜାର ଟଙ୍କାରେ ବିକ୍ରି
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ମାଛ ମାର୍କେଟ୍କୁ ଏକ ବିରଳ ପ୍ରଜାତିର ମାଛ ନିଲାମ ପାଇଁ ରବିବାର ଆସିଥିଳା । ଏହି ମାଛଟି ଓଡ଼ିଶାର ପାରାଦୀପ ଗଭୀର ସମୁଦ୍ରରୁ ଏକ ଟ୍ରଲରରେ ମତ୍ସ୍ୟଜୀବୀମାନେ ଧରି ଦୀଘା ମାଛ ମାର୍କେଟ୍କୁ ଆଣିଥିଲେ । ମାଛଟିର ଲମ୍ବ ୧୨ ଫୁଟ୍ ରହିଥିବା ବେଳେ ମାଛଟି ମଗର ମାଛ ଭଳି ଚେପ୍ଟା, ମୁହଁ ଲମ୍ବା ଦୁଇ ଧାରରେ ଶକ୍ତ ମୁନିଆ କଣ୍ଟା ରହିଛି । ମାଛକୁ ଓଡ଼ିଆ ଭାଷାରେ ପାନିଆ ଫାଳ ଓ ବଙ୍ଗଳା ଭାଷାରେ ଚିରୁଣୀଫାଳ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ମାଛଟି ଜୀବନ ଦାୟୀ ଔଷଧୀୟ କାର୍ଯ୍ୟରେ ବ୍ୟବହୃତ ହୋଇଥିବାରୁ କଲକାତାର ଏକ କମ୍ପାନୀ ୩୦ହଜାର ଟଙ୍କାରେ କିଣି ନେଇଥିବାର ସୂଚନା ମିଳିଛି ।
