ନେଲକଟରରେ ସାପର ଦାନ୍ତ ଭାଙ୍ଗୁଥିବାର ଭିଡିଓ ଭାଇରାଲ
ବଲାଙ୍ଗୀର: ବଲାଙ୍ଗୀର ପୁଇଁତଳା ବ୍ଲକ ବିଲେଇସର୍ଡା ଗାଁରେ ଜଣେ ବ୍ୟକ୍ତି ନାଗ ସାପ ଧରି ତା’ର ଦାନ୍ତ ଭାଙ୍ଗୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ୍ । ନାଗସାପର ଦାନ୍ତକୁ ଭାଙ୍ଗି, ତା’ର ସୁଟିଂ କରାଯାଇ ଭାଇରାଲ କରାଯାଇଛି । ହେଲେ ଏଭଳି ଅମାନବୀୟ ଭିଡିଓ ଭାଇରାଲ୍ ପରେ ବନ ବିଭାଗ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜଣେ ବ୍ୟକ୍ତି କିଛି ଲୋକଙ୍କ ଆଗରେ ଅତି ନୃଶଂସ ଭାବରେ ସାପ ଦାନ୍ତ ନେଲକଟର ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଦାନ୍ତ ସାପର ବାହାର କରାଯାଉଛି । ପାଖରେ ଥିବା ଲୋକ ତାହାର ମଜା ନେଉଛନ୍ତି । ଯୁବକ ଜଣଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେ କଣ ପାଇଁ ସାପକୁ ଏଭଳି ନିର୍ଯ୍ୟାତନା ଦେଉଛନ୍ତି ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ଲୋଇସିଂହା ବନ ବିଭାଗ କୌଣସି ଅଭିଯୋଗ ଆସିନଥିବା କହୁଥିବା ବେଳେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି I
