ହିନ୍ଦୁତ୍ୱ କୌଣସି ଫେୟାର ଆଣ୍ଡ ଲଭଲି କ୍ରୀମ ନୁହେଁ : କହ୍ନେୟା କୁମାର
ମୁମ୍ବାଇ: ଭାରତ ଯୋଡ଼ୋ ଯାତ୍ରା ପାଇଁ ମହାରାଷ୍ଟ୍ର ପହଞ୍ଚିଥିବା କଂଗ୍ରେସ ନେତା କହ୍ନେୟା କୁମାର ହିନ୍ଦୁତ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । କହ୍ନେୟା କୁମାର କହିଛନ୍ତି ଯେ, ହିନ୍ଦୁତ୍ୱ କୌଣସି ଫେୟାର ଆଣ୍ଡ ଲଭଲି କ୍ରୀମ ନୁହେଁ ଯେତେବେଳେ ଶୀତ ଆସିବ ଓଠ ଓ ଗୋଡ଼ ପାଇଁ ଅନ୍ୟ କ୍ରିମ ବ୍ୟବହାର କରିବେ ।
କହ୍ନେୟା କୁମାର କହିଛନ୍ତି ଯେ, ହିନ୍ଦୁତ୍ୱ ଏକ ଉଚିତ ବିଚାରଧାରା । ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ସାବରକରଙ୍କୁ ପଢ଼ିଲେ ଆପଣ ବୁଝିପାରିବେ । ସେଥିପାଇଁ ଦୟାକରି ହିନ୍ଦୁତ୍ୱକୁ ଅପମାନିତ କରନ୍ତୁନି । କୌଣସ ବିଚାରଧାରାକୁ ଯଦି ଧର୍ମ ନାଁରେ ଉପଯୋଗ କରାଯାଉଛି ଏବଂ ଲୋକଙ୍କୁ ପରସ୍ପର ବିରୋଧରେ ଠିଆ କରୁଛି ତେବେ ତାହା ଆଦୌ ଧର୍ମ ନୁହେଁ ।
