ରାୟଗଡ଼ ଜିଲାର ଭୋଗବତୀ ନଦୀରେ ଜିଲୋଟିନ ଛଡ଼ ମିଳିଳା
ମୁମ୍ବାଇ : ଶୁକ୍ରବାର ସକାଳ ରାୟଗଡ଼ ଜିଲାର ପେନ୍ ନିକଟ ଭୋଗବତୀ ନଦୀରେ ବହୁ ପରିମାଣରେ ମିଳିଥିବା ଜିଲୋଟିନ ଛଡ଼କୁ ନିଷ୍କ୍ରିୟ କରାଯାଇଥିଲା । ନଦୀରେ ମିଳୁଥିବା ଏହି ଜିଲୋଟିନ ଛଡ଼ ବିଷୟରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇପଡ଼ିଛନ୍ତି । ଏହି ଘଟଣାରେ ତୀବ୍ର ଅନୁସନ୍ଧାନ ଚାଲିଛି । ସତର୍କତା ଅନୁଯାୟୀ ପେନ୍ ଅଂଚଳରେ ମୁମ୍ବାଇ-ଗୋଆ ରାଜପଥ ଗୁରୁବାର ବିଳମ୍ବିତ ରାତିରୁ ବନ୍ଦ ରହିଛି ଯାହା ଶୁକ୍ରବାର ଦିନ ଖୋଲାଯିବ ବୋଲି ଜଣାଯାଇଛି ।
