ରାଉତୁରାରେ ରାହାସ ପୂର୍ଣ୍ଣିମା ମହୋତ୍ସବ ଉଦଯାପିତ
ବାଲିଆପାଳ : ବାଲିଆପାଳ ବ୍ଲକ୍ ପ୍ରତାପପୁର ପଞ୍ଚାୟତ ଅଧିନସ୍ଥ ରାଉତୁରା ଗ୍ରାମରେ ରାହାସ ପୂର୍ଣ୍ଣିମା ଉଦଯାପିତ ହୋଇଯାଇଛି । ପ୍ରଭୁ ରାଧାକ୍ରୀଷ୍ଣଙ୍କ ଯୁଗଳମୂର୍ତ୍ତି ଠାରେ ଗ୍ରାମର ମା’ ମାନେ ପଞ୍ଚୁକ ବ୍ରତ ପାଳନ କରିଥିଲେ । ଏହି ଅବସରରେ ହରି ନାମ ସଂକୀର୍ତ୍ତନ ଓ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଆଖ ପାଖ ଅଞ୍ଚଳରୁ ବହୁ ଜନସାଧାରଣ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ମହୋତ୍ସବରେ ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା, ବାଲିଆପାଳ ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ ,ଯୁବ ବିଜେଡି ସଭାପତି ସଂଗ୍ରାମ ପରିଡା , ପ୍ରତାପପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଜୟ ପାତ୍ର , ସମିତି ସଭ୍ୟାଙ୍କ ପ୍ରତିନିଧି ଯୁବନେତା ହାଡିବନ୍ଧୁ ରାଉତ, ୨୩ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,ମୃତ୍ୟୁଞ୍ଜୟ ଗୋଚ୍ଛାୟତ,ଉମାକାନ୍ତ ବିଶି, ବିକାଶ ଜେନା ,ଅଶ୍ବିନୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ଯକ୍ରମକୁ ରାଉତୁରା ରାହାସ କମିଟିର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।
