ଜିଲ୍ଲାସ୍ତରୀୟ ସୁରଭି-୨୦୨୨ କାର୍ଯ୍ଯକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଙ୍କୁ ବିଦ୍ୟାଳୟସ୍ତରୀୟ ସମ୍ବର୍ଦ୍ଧନା
ବାଲିଆପାଳ: ଶ୍ରୁତଲିଖନ ଓ ସୁନ୍ଦର ହସ୍ତାକ୍ଷର ରେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ଯକ୍ରମରେ ଜୁନିଅର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଶଙ୍କରନାଥ ସରକାରୀ ଉ.ପ୍ରା. ବିଦ୍ୟାଳୟର ସପ୍ତମ ଶ୍ରେଶୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ବାରିକ । ଗତ ୧୦ ତାରିଖ ବାଲେଶ୍ବର ଜିଲ୍ଲା ସ୍କୁଲରେ ଅନୁଷ୍ଠିତ ଶିଶୁ ମହୋତ୍ସବ (ସୁରଭି) କାର୍ଯ୍ଯକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ (ସୁରଭି ) କାର୍ଯ୍ଯକ୍ରମକୁ ମନୋନୀତ ହୋଇ ଏହି ବିଦ୍ୟାଳୟର ଗୌରବକୁ ଗୌରବାନ୍ନିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପକ୍ଷରୁ ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୂବନ ମୋହନ ପାତ୍ର ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ଯକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଲକ୍ଷ୍ମୀପ୍ରିୟା ବାରିକଙ୍କୁ ପୁଷ୍ପଗୁଚ୍ଛ ଏବଂ କପ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରି ତାଙ୍କର ଉଜ୍ଜଳ ଭରିଷ୍ୟତ କାମନା କରିଥିଲେ । ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମାଜସେବୀ ଜୟନାରାୟଣ ଜେନା,ଶିକ୍ଷକ ରତିକାନ୍ତ ଜେନା,ଅନାଦି ଚରଣ ଦେ,ନିଶିଥ କୁମାର ପାଳ,ମଙ୍ଗଲ ମାଝୀ,ଶିକ୍ଷୟିତ୍ରୀ କରିସ୍ମା ଜେନା,ସୁମିତ୍ରା ସିଂହ,ସଂଜୁଲତା ମହାପାତ୍ର,ଭାରତୀ ମହାନ୍ତି ଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
