ହୃଦଘାତରେ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେହାନ୍ତ
ମୁମ୍ବାଇ : ହୃଦଘାତରେ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେହାନ୍ତ । ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କର ଏପରି ଅଚାନକ ମୃତ୍ୟୁ ଟେଲିଭିଜନ ଜଗତ ଓ ପ୍ରଶଂସକଙ୍କୁ ସ୍ତବ୍ଧ କରିଛି । ନିକଟରେ ସୂର୍ଯ୍ୟବଂଶୀଙ୍କୁ ଟିଭି ଶୋ ‘କ୍ୟୁଁ ରିସ୍ତୋଁ ମେ କଟ୍ଟି ବଟ୍ଟି’ରେ ଦେଖିବାକୁ ମିଳିଥିଲା।
ଗୁରୁବାର ସିଦ୍ଧାନ୍ତ ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ । ତାଙ୍କୁ କୋକିଲାବେନ୍ ଧିରୁବାଇ ଅମ୍ବାନୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ଚେତା ଫେରାଇ ଆଣିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।
ସୂଚନା ଅନୁଯାୟୀ, ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରକୃତ ନାମ ହେଉଛି ଆନନ୍ଦ ସୂର୍ଯ୍ୟବଂଶୀ । ନିକଟରେ ସେ ତାଙ୍କ ନାମ ବଦଳାଇ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ରଖିଥିଲେ। ସେ ଏହା ପୂର୍ବରୁ ଷ୍ଟାର ଇଣ୍ଡିଆର ଇରାଙ୍କୁ ବିବାହ କରିଥିଲେ। ବିବାହର ୧୫ ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ଏହି ଦମ୍ପତିଙ୍କର ଏକ ଝିଅ ଅଛି । ଇରା ଠାରୁ ଅଲଗା ହେବା ପରେ ସିଦ୍ଧାନ୍ତ ସୁପରମଡେଲ ଆଲେସିଆ ରାଉତଙ୍କୁ ବିବାହ କରିଥିଲେ । ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ‘ସୁଫିଆନା ପ୍ୟାର ମେରା’, ‘ୱାରିସ୍’, ‘ମମତା’, କ୍ୟୁଁ ରିସ୍ତୋଁ ମେ କଟ୍ଟି ବଟ୍ଟି’ ଭଳି ସିରିଏଲରେ କାମ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ‘ଜିଦ୍ଦି ଦିଲ୍ ମାନେ ନା’ ରେ ଦେଖିବାକୁ ମିଳିଥିଲା ।
