ଦିଲ୍ଲୀରେ ପ୍ରଦୂଷଣରେ ସୁଧାର ହୋଇଛି, ଏକ୍ୟୁଆଇ ୩୦୩ ରେକର୍ଡ଼ ହେଲା
ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ହାରାହାରି ବାୟୁ ଗୁଣବତା ସୂଚକାଙ୍କ (ଏକ୍ୟୁଆଇ) ଗୁରୁବାର ପୂର୍ବାହ୍ନରେ ୩୦୩ ରେକର୍ଡ଼ କରାଯାଇଛି । ତଥାପି ବାୟୁ ଗୁଣବତା ଅତ୍ୟନ୍ତ ଖରାପ ବର୍ଗରେ ଅଛି । ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (ସଫର) ଅନୁଯାୟୀ ନୋଏଡ଼ା (ଉତର ପ୍ରଦେଶ) ର ଏକ୍ୟୁଆଇ ୩୦୯ ଏବଂ ଗୁରୁଗ୍ରାମ (ହରିୟାଣା) ୧୪୪ ଅଟେ । ବୁଧବାର ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୨୯ ରେକର୍ଡ଼ କରାଯାଇଛି ।
