ବିଶ୍ୱ ମାଣ୍ଡିଆ ଦିବସ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ
ବାରିପଦା : ଚଳିତ ନଭେମ୍ବର ମାସ ୧୦ ତାରିଖରେ ପାଳିତ ହେବାକୁ ଥିବା ବିଶ୍ୱ ମାଣ୍ଡିଆ ଦିବସ ଉପଲକ୍ଷେ
ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ୧୨ ଗୋଟି ବ୍ଲକ ପାଇଁ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ରଥକୁ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କହିଥିଲେ । ଏହି ସଚେତନତା ରଥ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ଆଣିବା ସହ ପୌଷ୍ଟିକ ତତ୍ୱର ମହତ୍ୱ ବୁଝିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲା କୃଷି ଅଧିକାରୀ ଡ. ମନୋଜ କୁମାର ଚାନ୍ଦ ଜିଲ୍ଲାରେ ପ୍ରାୟ ଲକ୍ଷେ ବୟାଅଶୀ ହଜାର ହେକଟର ଉଚ୍ଚ ଜମି ରହିଛି ତାହା ମାଣ୍ଡିଆ ଚାଷ ପାଇଁ ଉପଯୁକ୍ତ ଏବଂ ଜଳବାୟୁର ପରିବର୍ତନ ଅନୁସାରେ ମାଣ୍ଡିଆ ଚାଷ ପାଇଁ ଚାଷୀ ମାନଙ୍କୁ ଉତ୍ସାହିତ କରିବା ଆଜିର ଏହି ସଚେତନତା ରଥ ପରିଭ୍ରମଣର ଉଦେଶ୍ୟ ବୋଲି ଜଣାଯାଇଛି । ରାଜ୍ୟ ସରକାର ଙ୍କ ମିଲେଟ ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇ ପୁଷ୍ଟିଶସ୍ୟ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଚାଷୀ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ ହୋଇଥିବା ବେଳେ ମାଣ୍ଡିଆ କୁ ଅଧିକ ଲୋକପ୍ରିୟ କରିବା ସହ ମଣ୍ଡିଆ ଚାଷକୁ ପ୍ରତ୍ସାହିତ କରିବା,ସହ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡିଆ ଚାଷ ନିମନ୍ତେ ଜିଲ୍ଲାର ୧୨ ଗୋଟି ବ୍ଲକରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ମାଣ୍ଡିଆ ଚାଷ କରି ଚାଷୀ ଅଧିକ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।
