ପଦ୍ମପୁର ଉପ-ନିର୍ବାଚନ : ବିଜେପିର ଷ୍ଟାର ପ୍ରଚାରକ ସୂରଜ ସୂର୍ଯ୍ୟବଂଶୀ
ଭୁବନେଶ୍ୱର : ପଦ୍ମପୁର ଉପ-ନିର୍ବାଚନ ପାଇଁ ଅଂଟା ଭିଡିଛି ବିଜେପି । ଧାମନଗରରେ ଦଳର ବିପୁଳ ବିଜୟ ପରେ ପଦ୍ମପୁର ପାଇଁ ବଡ଼ ଷ୍ଟ୍ରାଟେଜି କରିଛି ବିଜେପି । ଧାମନଗର ଭଳି ଅଧିକ ଶକ୍ତିଶାଳୀ ଓ ଅଧିକ ବଳ ଲଗାଇ ନିର୍ବାଚନ ଲଢ଼ିବ ଦଳ । ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ହେବେ ସୂରଜ ସୂର୍ଯ୍ୟବଂଶୀ । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ସୂଚନା ଯେ, ଧାମନଗର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କୁ ହରାଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ସୂରଜ । ଭାରତୀୟ ଜନତା ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଆଜି ବିଧିବଧ ଭାବେ ଧାମନଗରର ବିଧାୟକ ଭାବେ ସେ ଶପଥ ନେଇଛନ୍ତି । ସେପଟେ ପଦ୍ମପୁର ପ୍ଲାନ ପ୍ରସ୍ତୁତ କରିବାକୁ ଆସୁଛନ୍ତି ସୁନୀଲ ବଂସଲ ।
