ଫେସବୁକରୁ ବିଦା ହେଲେ ୧୧ ହଜାରରୁ ଅଧିକ କର୍ମଚାରୀ
ନୂଆଦିଲ୍ଲୀ : ଫେସବୁକର ମୂଳ କମ୍ପାନୀ ମେଟାର ବଡ ଆକ୍ସନ । କର୍ମଚାରୀଙ୍କ ପାଇଁ ଦୁଃଖଦ ଖବର । ମେଟା ପକ୍ଷରୁ ଆଜି ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କମ୍ପାନୀର କମୁଥିବା ରାଜସ୍ୱ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ସେପଟେ ଆଗାମୀ ଦିନରେ କମ୍ପାନୀ ତରଫରୁ ନିଯୁକ୍ତି ମିଳିବ ନାହିଁ ବୋଲି ମଧ୍ୟ ଅନୁମାନ କରାଯାଇଛି ।
ମେଟା କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ବୁଧବାର ଏକ ବ୍ଲଗ ପୋଷ୍ଟରେ ଲେଖିଥିଲେ କି କମ୍ପାନୀ ଇତିହାସରେ ସବୁଠାରୁ ବଡ କଠିନ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ କମ୍ପାନୀ ତାର ନିଯୁକ୍ତି ପରିସରକୁ ୧୩% କମ କରିବାକୁ ଯାଉଛି । କମ୍ପାନୀ ତରଫରୁ ୧୧ ହଜାରରୁ ଅଧିକ ପ୍ରତିଭାଶାଳୀ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ସେହିପରି ଆମେ ଖର୍ଚ୍ଚ କାଟ୍ କରି ଓ କ୍ୟୁ-୧ ମାଧ୍ୟମରେ ନିଯୁକ୍ତି ବନ୍ଦ କରି ଏକ କୁଶଳ କମ୍ପାନୀ କରିବାକୁ ପଦକ୍ଷେପ ନେଇଛୁ ବୋଲି କହିଥିଲେ ।
