ବୁଧବାର ବିଧି-ବିଧାନ ସହ କରନ୍ତୁ ଗଜାନନଙ୍କ ପୂଜା ! ଦୂର ହେବ ସମସ୍ତ ଦୁଃଖ କଷ୍ଟ, ସୁଖ-ସମୃଦ୍ଧିରେ ଭରିଯିବ ଜୀବନ
ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କେଣସି ଦେବା-ଦେବୀଙ୍କୁ ସମର୍ପିତ କରାଯାଇଥାଏ । ସେହିପରି ବୁଧବାର ଭଗବାନ ଗଣେଶଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ଗୌରୀ ପୁତ୍ର ଗଣପତିଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ଦୁଃଖରୁ ମୁକ୍ତି ମିିଳିବା ସହିତ ଘରେ ସୁଖ ସମୃଦ୍ଧି ବଳବତ୍ତର ରହିଥାଏ ।
ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ବା କିଛି ନୂଆ ଆରମ୍ଭ କରିବା ପୂର୍ବରୁ ଗଣେଶ ଭଗବାନଙ୍କ ପୂଜା ଆଳତୀ କରାଯାଇଥାଏ । ମାନ୍ୟତା ରହିଛି କି ରିଦ୍ଧି-ସିଦ୍ଧି ପତି ଗଜାନନଙ୍କ ପୂଜା କରିବା ଦ୍ୱାରା ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଶୁଭତାର ସହ ହୋଇଥାଏ ।
ସେହିପରି ବୁଦ୍ଧି ର ବି ଦେବତା ହେଉଛନ୍ତି ଗଣେଶ । ତାଙ୍କର ଆରାଧନା କରିବା ଦ୍ୱାରା ବୁଦ୍ଧି ଶକ୍ତିର ବିସ୍ତାର ହୋଇଥାଏ । ଶାସ୍ତ୍ର ଅନୁସାରେ ବୁଧବାର ଦିନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ସମସ୍ୟା, ସଙ୍କଟ, ରୋଗ, ଦୋଷ ଆଦି ଦୂର ହୋଇଥାଏ ଏବଂ ସର୍ବଦା ତାଙ୍କର କୃପା ବଳବତ୍ତର ରହିଥାଏ ।
ଗଣେଶଙ୍କ ପୂଜା ସାମଗ୍ରୀ :
ଗଣେଶ ଭଗବାନଙ୍କୁ ପୂଜା କରିବା ପାଇଁ କିଛି ଖାସ୍ ସାମଗ୍ରୀ ରହିଛି । ଯେପରିକି ଶୁଦ୍ଧ ଜଳ, ଖୀର , ଦହି, ମହୁ, ଘିଅ, ଚିନି, ପଞ୍ଚାମୃତ, ବସ୍ତ୍ର, ଯଜ୍ଞପବିତ, ସୁଗନ୍ଧ, ଲାଲ ଚନ୍ଦନ, ରୋଲି, ସିନ୍ଦୁର, ଗଙ୍ଗାଜଳ,ପାନ, ସୁପାରୀ, ରୁଇ, କର୍ପୁର, ଅକ୍ଷତ, ଫୁଲ, ଦୂବ, ଶମିପତ୍ର, ଅବୀର, ଆଭୂଷଣ, ଧୂପ, ଦୀପ ଏବଂ ପ୍ରସାଦ ଆଦି । ଏହାସହିତ କଳଶ ରଖିବା ପାଇଁ ଚାଉଳ ନିହାତି ଆବଶ୍ୟକ ।
ପୂଜା ବିଧି :
ସକାଳୁ ସ୍ନାନ ସାରି ପ୍ରଥମେ ତମ୍ବା ପାତ୍ରରେ ଶ୍ରୀଗଣେଶ ଯନ୍ତ୍ରକୁ ସଫା ମାଟି, ଲୁଣ, ଲେମ୍ବୁ ଦ୍ୱାରା ଭଲ ଭାବେ ସଫା କରିନିଅନ୍ତୁ । ପୂଜାସ୍ଥଳରେ ପୂର୍ବ ବା ଉତ୍ତର କୋଣକୁ ମୁହଁ କରି ଆସନ ଉପରେ ବସି ଶ୍ରୀଗଣେଶ ଯନ୍ତ୍ର ସ୍ଥାପନା କରନ୍ତୁ । ସେହିପରି ଶୁଦ୍ଧ ଆସନରେ ବସି ସମସ୍ତ ପୂଜା ସାମଗ୍ରୀକୁ ଏକତ୍ରିତ କରି ଫୁଲ, ଧୂପ, ଦୀପ, ରୋଲି, ଚନ୍ଦନ, ମୋଦକ ଆଦି ସମର୍ପିତ କରି ଭଗବାନଙ୍କଠାରେ ଆଳତୀ କରନ୍ତୁ । ଶେଷରେ ଗଣେଶ ଜୀଙ୍କୁ ସ୍ମରଣ କରି ଓଁ ଗଣପତୟେ ନମଃ କୁ ୧୦୮ ଥର ଜପନ୍ତୁ ।
ପଣ୍ଡିତଙ୍କ କହିବାନୁଯାୟୀ, ବୁଧବାର ଦିନ ଗଣେଶ ଭଗବାନଙ୍କର ବିଧି ବଦ୍ଧ ଭାବେ ପୂଜାର୍ଚ୍ଚନା କରିବା ପରେ ଗୁଡ ଏବଂ ଘିଅ ଭୋଗ ଲଗାନ୍ତୁ । କିଛି ସମୟ ପରେ ସେହି ଭୋଗକୁ ଗାଈକୁ ଦେଇ ଖାଇବାକୁ ଦିଅନ୍ତୁ । ଏଭଳି କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ସେହିପରି ଏହିଦିନ ଯଦି ଘରେ ଗଣେଶଙ୍କର ଧଳା ରଙ୍ଗର ପ୍ରତିମା ସ୍ଥାପନା କରିବେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
