ରାମଦୋଳିରୁ ଖସି ଯୁବକ ମୃତ
ବଲାଙ୍ଗିର : ତୁରେକେଲାରେ କାର୍ତିକ ମେଳା ଚାଲିଥିବା ମୀନା ବଜାର ରାମଦୋଳି ରୁ ଖସି ପଡି ଦେବରାଜ ସାହୁ ନାମକ ଜଣେ ଯୁବକ ର ମୃତ୍ୟୁ ଗତ କାଲି ଘଟିଛି । ଯୁବକ ସେଠାରେ କାଉଂଟର କଥା ବୁଝୁଥିଲେ ।ଦୋଲି ବନ୍ଦ କରିବାକୁ ଯାଇ ହଠାତ୍ ଉପରକୁ ଦୋଲି ସହିତ ଉଠି ଯାଇଥିଲେ ଓ ଉପରୁ ପଡ଼ି ଯାଇଥିଲେ ।ଏ ସମ୍ପର୍କରେ ତୁରେକେଲା ଥାନା ରେ ପୋଲିସ ଘଟଣାର ତଦନ୍ତ କରି ଦୋଲି ଚଳାଉଥିବା ୩ ଜଣଙ୍କୁ ଅଟକ ରଖିଥିବା ପ୍ରକାଶ ।
