ଚନ୍ଦ୍ରଭାଗା ପକ୍ଷରୁ ସୃଜନ ସଂସ୍କରଣ କାର୍ଯ୍ୟକ୍ରମ
ବାଲେଶ୍ୱର :‘ଚନ୍ଦ୍ରଭାଗା’ ଅନୁଷ୍ଠାନର ଏକ ନୂତନ ସୃଜନ ସଂସ୍କରଣ କାର୍ଯ୍ୟକ୍ରମ ‘ପୂଜ୍ୟଙ୍କ ଜନ୍ମଦିନ’ ପାଳନକ୍ରମରେ ୯୨ବର୍ଷରେ ଅବତୀର୍ଣ୍ଣ ହୋଇଥିବା, ବହୁ ସାମାଜିକ ଅନୁଷ୍ଠାନର ପ୍ରତିଷ୍ଠାତା ଓ ପୃଷ୍ଠପୋଷକ ବର୍ଷୀୟାନ ଧୀରେନ୍ଦ୍ର ନାରାୟଣ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆସନ୍ତା ଡିସେମ୍ବର ୨୯ ତାରିଖ ୨୦୨୨ରୁ ୨୦୨୩ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ ହେବାକୁ ଥିବା ଚନ୍ଦ୍ରଭାଗା ମହୋତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଛି । ଏଥିରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ସଭା ଓ ଆଲୋଚନାଚକ୍ର ସମେତ ଜାତୀୟସ୍ତରୀୟ ବହୁଭାଷୀ ନାଟକ ପ୍ରତିଯୋଗିତା, ବହିମେଳା ପ୍ରଭୃତି ପ୍ରତିବର୍ଷ ଭଳି ସଫଳତାର ସହ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଛି ।
ଚନ୍ଦ୍ରଭାଗାର ପ୍ରତିଷ୍ଠାତା କବି ଶ୍ରୀଦେବ ମଞ୍ଚାସୀନ ବରିଷ୍ଠ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇ ଚଳିତବର୍ଷ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଶିକ୍ଷାବିତ୍ ଡ. ଭାଗବତ ପାଣିଗ୍ରାହୀ, ବରିଷ୍ଠ ଅଭିନେତା କମଳ ଲୋଚନ ଦାଶ, ନାଟ୍ୟକାର-ନିର୍ଦ୍ଦେଶକ ଆଶିଷ ଚକ୍ରବର୍ତ୍ତୀ, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ନାଟ୍ୟ ସମୀକ୍ଷକ କୈଳାସ ଚନ୍ଦ୍ର ଦାସ, ରଜନୀକାନ୍ତ ଶତପଥୀ, ଆଲୋକ କୁମାର ଦାସ, ଅବନୀ କୁମାର ଜେନା, ଜ୍ୟୋତିର୍ମୟୀ ଶତପଥୀ, ସନ୍ତୋଷ କୁମାର ପଣ୍ଡା, ସଞ୍ଜୟ ପଣ୍ଡା, ବିଶ୍ୱଜିତ୍ ଡାକୁଆ, ସୁନିଲ୍ ପଣ୍ଡା, ଡ. ଶଶିକାନ୍ତ ମହାନ୍ତି, ଜଗବନ୍ଧୁ ପୃଷ୍ଟି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିକାଶ ଦାସ, ପୁରୁଷୋତ୍ତମ ବେହେରା ପ୍ରମୁଖ ଚଳିତବର୍ଷର କାର୍ଯ୍ୟକ୍ରମର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ତରୁଣକବି ପ୍ରଶାନ୍ତ ମଲ୍ଲିକ ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ କଥାକାର ସତ୍ୟବ୍ରତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
