ଟି-୨୦ ବିଶ୍ୱକପ : ସେମି ଫାଇନାଲ ଟକ୍କର ପୂର୍ବରୁ ଭାରତ ପାଇଁ ଖୁସି ଖବର
ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ସୁପର ୧୨ ରାଉଣ୍ଡ ଶେଷ ହୋଇଛି। ଗ୍ରୁପ-୨ରେ ଭାରତ ଓ ପାକିସ୍ତାନ ସେମିରେ ପ୍ରବେଶ କରିଥିବା ବେଳେ ଗ୍ରୁପ ୧ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ତେବେ ଆସନ୍ତା ଗୁରୁବାର ଆଡ଼ିଲେଡ଼ ଗ୍ରାଉଣ୍ଡରେ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବାକୁ ଯାଉଛି ଭାରତ । ତେବେ ଏହା ପୂର୍ବରୁ ଭାରତ ପାଇଁ ଏକ ଖୁସି ଖବର ରହିଛି। ଇଂଲିସ ଟିମର ଷ୍ଟାର ବ୍ୟାଟସମ୍ୟାନ ଡେଭିଡ଼ ମଲାନ ଆହତ କାରଣ ପାଇଁ ଦଳରୁ ବାଦ ପଡ଼ି ପାରନ୍ତି। ଏନେଇ ସୋମବାର ମୋଇନ ଅଲ୍ଲି ସୂଚନା ଦେଇଛନ୍ତି।
ମୋଇନ ଅଲ୍ଲୀ ସୋମବାର ୭ ନଭେମ୍ବରରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କି ସେ ଦୀର୍ଘ ଦିନ ଧରି ଆମର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟରୁ ଜଣେ ରହିଥିଲେ। ମୋତେ ଜଣା ନାହିଁ, କିନ୍ତୁ ଏହା ସତ ଯେ ବିଗତ କିଛି ଦିନ ହେବ ସେ ଫିଟ ରହୁଥିବା ଦେଖାଯାଉନାହିଁ। ସେ ଗତକାଲି ଏକ ସ୍କାନ୍ ପାଇଁ ଯାଇଥିଲେ ଏବଂ ଯେତେବେଳେ ସେ ଆସିଲେ, ଆମେ ପ୍ରକୃତରେ ଅଧିକ ଜାଣିନାହୁଁ କିନ୍ତୁ ସେ ଅସୁସ୍ଥ ଥିବା ନେଇ ଜଣାପଡ଼ୁଥିଲେ।
ଏଠାରେ କହି ରଖୁ କି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମାଲାନ ଆହତ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିଲେ। ଫିଲ୍ଡିଂ ସମୟରେ ସେ ଆହତ ହୋଇଥିଲେ। ଏହା ପରେ ସେ ପଡ଼ିଆକୁ ଆଉ ଆସି ନଥିଲେ। ପରାଜୟ ଦ୍ୱାରରେ ଦଳ ରହିଥିଲେ ମଧ୍ୟ ସେ ମୈଦାନକୁ ଓହ୍ଲାଇ ନଥିଲେ। ଏଥିରୁ ଜଣା ପଡୁଛି କି ସେ ବିଲକୁଲ ବି ଫିଟ ନାହାନ୍ତି। ତାଙ୍କର ଆଗାତ ନିଶ୍ଚିତ ପକ୍ଷେ ଗୁରୁତର ହୋଇଥିବା ନେଇ ସେ କହିଥିଲେ।
ଏହା ବ୍ୟତୀତ ମୋଇନ୍ ଅଲି ମଧ୍ୟ ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ବିଷୟରେ କହିଥିଲେ। ଇଂଲଣ୍ଡକୁ ଜଣେ ଅଣ୍ଡରଡଗ୍ ବୋଲି ବର୍ଣ୍ଣନା କରି ମୋଇନ୍ ଭାରତୀୟ ଦଳକୁ ପ୍ରଶଂସା କରି କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଆସୁଛି।
ମୋଇନ ଆହୁରି ମଧ୍ୟ କହିଛନ୍ତି, ‘ଇଂଲଣ୍ଡ ହେଉଛି ଅଣ୍ଡରଡଗ୍। ଗତ ଏକ ବର୍ଷ ମଧ୍ୟରେ ଭାରତ ବାସ୍ତବରେ ଭଲ ଖେଳୁଛି ଏବଂ ତୁମେ ଯଦି ଟୁର୍ନାମେଣ୍ଟକୁ ଦେଖାଯାଏ ସେମାନେ ପ୍ରକୃତରେ ଭଲ ଖେଳୁଛନ୍ତି। ମୁଁ ଭାବୁନାହିଁ ଯେ ଆମେ ସଚ୍ଚୋଟ ହେବା ଉଚିତ୍, କିନ୍ତୁ ଆମେ ସେମାନଙ୍କ ପଛରେ ରହିଛୁ ବୋଲି ସେ କହିଥିଲେ।
