ସମୁଦ୍ରରେ ବୁଡି ନାବାଳକ ମୃତ, ୨ ଉଦ୍ଧାର
ଗଞ୍ଜାମ : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁମା ବଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଆଜି ଅପରାହ୍ନରେ ଗାଧୋଇବା ବେଳେ ୩ ଜଣ ବୁଡି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଜଣକର ମୃତ୍ୟୁ ଘଟିଛି । ମୃତକ ହୁମା ଗ୍ରାମର ଜଣେ ନାବାଳକ । ଉଦ୍ଧାର ହୋଇଥିବା ଦୁଇ ଯୁବକଙ୍କୁ ଚିକିତ୍ସା ନିମନ୍ତେ ଛତ୍ରପୁର ମେଡିକାଲରେ ଭର୍ତି କରାଯାଇଛି । ଏମାନେ ସମସ୍ତେ ଏକାଠି ବାଲିଯାତ୍ରା ବୁଲିବାକୁ ଆସିଥିଲେ ।
