ଓଡ଼ିଶା ଡ୍ରାଇଭର ମହାସଂଘ ମୋ ପରିବାର ପକ୍ଷରୁ ସମାବେଶ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଅଯୋଧ୍ୟା ପଡ଼ିଆରେ ଓଡ଼ିଶା ଡ୍ରାଇଭର ମହାସଂଘ ମୋ ପରିବାର ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ମାସ ଧରି ଡ୍ରାଇଭର ମାନଙ୍କର ନାର୍ଯ୍ୟ ଦାବୀ ପାଇବା ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କୁ ବିଭିନ୍ନ ଆନ୍ଦୋଳନ ମାଧ୍ୟମରେ ଚେତାବନୀ ଦେଇ ଆସୁଥିଲା ବେଳେ ରାଜ୍ୟ ସରକାର ଡ୍ରାଇଭରମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ଦେଇ ନାହାନ୍ତି । ଏଥିପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦଣ୍ଡ ପ୍ରଣାମ କରି ନବୀନ ନିବାସ ଯିବେ ବୋଲି ମହାସଂଘର ସଦସ୍ୟ ହରିହର ଘଡ଼େଇ ପ୍ରକାଶ କରିଛନ୍ତି । ଉକ୍ତ ସମାବେଶରେ ଡ୍ରାଇଭର ମାନଙ୍କର ପରିବାର ଲୋକେ ସାମିଲ ହୋଇଥିଲେ । ଉକ୍ତ ସମାବେଶରେ ବାଲେଶ୍ୱର ଜିଲା ସଭାପତି, ଉପସଭାପତି ଯୋଗ ଦେଇଥିବା ବେଳେ ଜିଲାର ସମସ୍ତ ବ୍ଲକ ଏବଂ ପଞ୍ଚାୟତ ଏଡ଼ମିନ୍ ଓ ସଦସ୍ୟମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ରାଜ୍ୟ ସରକାର ଡ୍ରାଇଭର ମାନଙ୍କର ଦୁଃଖ ନ ବୁଝନ୍ତି ତେବେ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିବା ସହ ଆଗାମୀ ୨୦୨୪ ନିର୍ବାଚନରେ ଡ୍ରାଇଭର ମାନେ ଭୋଟ ବର୍ଜନ କରିବେ ବୋଲି ଉକ୍ତ ସମାବେଶରେ ଚେତାବନୀ ଦେଇଛନ୍ତି ।
